
ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଜିନିଷ ଅଥବା ଘଟଣା ରହିଛି; ଯାହାକୁ ସ୍ବପ୍ନରେ ଦେଖିଲେ ଶୁଭ ପରିଣାମର ସୂଚନା ମିଳିଥାଏ…
* ସ୍ବପ୍ନଶାସ୍ତ୍ର ଅନୁଯାୟୀ, ଭଗବାନଙ୍କୁ ସ୍ବପ୍ନରେ ଦେଖିଲେ, ମନୋସ୍କାମନା ପୂରଣ ହେବାର ସୂଚନା ମିଳେ।
* ସ୍ବପ୍ନରେ ମନ୍ଦିର ଦେଖିବା ଅବା ମନ୍ଦିରର ପୂଜାରୀଙ୍କଠାରୁ ନଡ଼ିଆ, ମିଠା ଆଦି ପ୍ରସାଦ ସ୍ବରୂପ ଗ୍ରହଣ କରୁଥିବାର ଦୃଶ୍ୟ ଦେଖିବା ବି ଶୁଭଙ୍କର। ଏହା କୌଣସି ଶୁଭଖବର ପ୍ରାପ୍ତି ଅବା ଉନ୍ନତିର ସୂଚନା ଦେଇଥାଏ।
* ସ୍ବପ୍ନରେ ଝରଣା ଅଥବା ନଦୀ କୂଳରେ ବସି ପାଣି ପିଉଥିବାର ଦୃଶ୍ୟ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏଭଳି ସ୍ବପ୍ନ ଦେଖୁଥିବା ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି। ତାଙ୍କ ଜୀବନରେ କିଛି ଗୋଟେ ଭଲ ପରିବର୍ତ୍ତନ ହେବାର ଏହା ସଙ୍କେତ ଦେଇଥାଏ।
* ସ୍ବପ୍ନରେ ଗୋଲାପ ଫୁଲ ଦେଖିଲେ, ଅଟକି ରହିଥିବା କାମ ଶୀଘ୍ର ପୂରଣ ହେବାର ସଙ୍କେତ ମିଳିଥାଏ।
* ଶୁଆକୁ ସ୍ବପ୍ନରେ ଦେଖିଲେ, କ୍ୟାରିୟରରେ ଉନ୍ନିତ ହେବାର ସୂଚନା ମିଳିଥାଏ। ସେହିପରି କାଉ ଦେଖିଲେ ଶନି ଦଶାରୁ ମୁକ୍ତି ମିଳିବାର ବାଟ ଖୋଲେ ବୋଲି ବିଶ୍ୱାସ କରାଯାଏ।
* ସ୍ବପ୍ନରେ ବଂଶୀ ଦେଖିବା ଧନପ୍ରାପ୍ତିର ସଙ୍କେତ ଦେଇଥାଏ।
* ସ୍ବପ୍ନରେ ଶବ ଦେଖିବା ଭାଗ୍ୟ ପରିବର୍ତ୍ତନର ସଙ୍କେତ ଦେଉଥିବାବେଳେ ନିଜ ମୃତ୍ୟୁର ସ୍ବପ୍ନ ଦେଖିବା ଧନ ପ୍ରାପ୍ତିର ସୂଚନା ପ୍ରଦାନ କରିଥାଏ।