ଆପଣ ଥାଇରଏଡ ସମସ୍ୟାରେ ପୀଡ଼ିତ କି? ଭୁଲ୍‌ରେ ବି ଖାଆନ୍ତୁ ନାହିଁ ଏହି ୫ ଜିନିଷ…

ଶରୀରରେ ଥାଇରକ୍ସିନ ନାମକ ହରମୋନ କ୍ଷରଣ ଅନିୟମିତ ହେଲେ ଲୋକମାନେ ଥାଇରଏଡ ସମସ୍ୟାରେ ପୀଡ଼ିତ ହୁଅନ୍ତି। ଅସନ୍ତୁଳିତ ଖାଦ୍ୟପେୟ ଏବଂ ଜୀବନଶୈଳୀ କାରଣରୁ ସବୁଠାରୁ ଅଧିକ ଲୋକ ଏହି ରୋଗଗ୍ରସ୍ତ ହୁଅନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ଏହି ରୋଗ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ଦେଖାଯାଏ। ଏକ ରିପୋର୍ଟ ଅନୁଯାୟୀ ଭାରତର ପ୍ରତି ୧୦ଜଣରେ ଜଣେ ବ୍ୟକ୍ତି ଏହି ରୋଗରେ ପୀଡ଼ିତ।

ଏହି ରୋଗରେ ପୀଡ଼ିତ ହେଲେ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଉଚିତ। କାରଣ କିଛି ଖାଦ୍ୟ ଏହି ସମସ୍ୟାକୁ ବଢ଼ାଇ ଦେଇଥାଏ। ଏହି କ୍ରମରେ ଥାଇରଏଡ ରୋଗୀ କେଉଁ ଜିନିଷ ସେବନ କରିବା ଅନୁଚିତ ଆସନ୍ତୁ ଜାଣିବା…

ପ୍ରୋସେସ୍ଡ ଫୁଡ: ଥାଇରଏଡ ରୋଗୀ ପ୍ରୋସେସ୍ଡ ଫୁଡ ସେବନ କରିବା ଅନୁଚିତ। ଏହାଦ୍ୱାରା ଖାଦ୍ୟରେ ଥିବା ସୋଡିୟମ ଅସୁବିଧାରେ ପକାଇଥାଏ।

ଲାଲ ମାଂସ: ଏଥିରେ ସାଚୁରେଟେଡ ଫ୍ୟାଟ ଏବଂ କୋଲେଷ୍ଟରଲ ଥାଏ। ଏହା ଥାଇରଏଡ ହର୍ମୋନକୁ ବୃଦ୍ଧି କରିଥାଏ। ଏଣୁ ରୋଗୀଙ୍କୁ ଲାଲ ମାଂସ ଖାଇବା ଅନୁଚିତ।

ମଦ: ମଦ ସେବନ ଥାଇରଏଡ ଗ୍ରନ୍ଥି ଏବଂ ଏହାର ସ୍ତର ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ହେଲ୍ଥ ଏକ୍ସପର୍ଟ ରୋଗୀଙ୍କୁ ମଦ୍ୟପାନ ନ କରିବାକୁ ପରାମର୍ଶ ଦେଇଥାନ୍ତି। ଏହାଛଡ଼ା ରୋଗୀଙ୍କୁ କଫି ଏବଂ ଚା’ ଅଧିକ ସେବନ କରିବା ଅନୁଚିତ।

ସୋୟାବିନ: ଥାଇରଏଡ ରୋଗୀଙ୍କୁ ସୋୟାବିନ ଖାଇବା ମନା।

ଫାଇବର ଥିବା ପନିପରିବା: ଥାଇରଏଡ ରୋଗୀ ପାଳଙ୍ଗ,କୋବି, ବ୍ରୋକୋଲି ଆଦି ସେବନ କରିବା ଅନୁଚିତ।