ଭୁବନେଶ୍ୱର,୧୪ା୨(ବ୍ୟୁରୋ): ନିଜକୁ ଡାକ୍ତର କହି ଲୋକଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜଣେ କୁଖ୍ୟାତ ଠକକୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେନ୍ଦ୍ରାପଡ଼ା ଜିଲା ଭଗବାନପୁରର ରମେଶ ଚନ୍ଦ୍ର ସାଇଁ (୬୧)।
ଖବର ଅନୁଯାୟୀ, ରମେଶ ଦୀର୍ଘ ୨୦ ବର୍ଷ ହେବ କୋଟି କୋଟି ଟଙ୍କାର ଠକେଇ କରି ଆସୁଛନ୍ତି। ଏଥି ସହିତ ତାଙ୍କର ୫ ରାଜ୍ୟରେ ୧୩ ସ୍ତ୍ରୀ ରଖିଥିବା ଜଣାପଡ଼ିଛି। ସ୍ତ୍ରୀମାନେ କେହି କାହା ବିଷୟରେ କିଛି ଜାଣି ନାହାନ୍ତି । ସଂପୃକ୍ତ ୧୩ ସ୍ତ୍ରୀଙ୍କ ମଧ୍ୟରେ ଡାକ୍ତର, ଓକିଲ ଓ ମଡେଲ ରହିଛନ୍ତି। ବିଭିନ୍ନ ଠକେଇ ମାମଲାରେ ୨୦୧୧ ମସିହାରେ ଆନ୍ଧ୍ର ପୋଲିସ ଗରିଫ କରିଥିବା ଜଣାପଡ଼ଛି। ଆନ୍ଧ୍ର ପ୍ରଦେଶ ,କର୍ଣ୍ଣାଟକ, ଓଡ଼ିଶାରେ ନକଲି ଡାକ୍ତର ରମେଶ ଲିଙ୍କ୍ ମିଳିଛି। ତେବେ ଏହି ରସିକିଆ ଡାକ୍ତରଙ୍କୁ ବାନ୍ଧିବାରେ କମିଶନରେଟ ପୋଲିସ ସଫଳ ହୋଇଛି । ଏ ବାବଦରେ ପୋଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ସୋମବାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଏନେଇ ଖବରଦାତା ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି ।