ଉଚ୍ଚଶିକ୍ଷା ପାଇଁ ଛୁଟି ନେଇପାରିବେ ଡାକ୍ତର

ଭୁବନେଶ୍ୱର, ୨୬ା୯(ଅସମାପିକା ସାହୁ):ଉଚ୍ଚଶିକ୍ଷା ନିମନ୍ତେ ଯିବାକୁ ଚାହୁଁଥିବା ଡାକ୍ତରଙ୍କୁ ଛୁଟି ମିଳିବ। କେତେଜଣ ପିଜି ଏବଂ ପୋଷ୍ଟ ପିଜି ଡାକ୍ତରଙ୍କ ଅଭିଯୋଗ ଶୁଣିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏଭଳି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ବାସ୍ଥ୍ୟ ବିଭାଗ ଶାସନ ସଚିବ ଶାଳିନୀ ପଣ୍ଡିତ କହିଛନ୍ତି, ସ୍ବାସ୍ଥ୍ୟ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ଉଚ୍ଚଶିକ୍ଷା ପାଇଁ ଛୁଟି ମିଳିପାରିବ। ଏପରିକି ସେମାନଙ୍କ ପ୍ରଥମ ୫ବର୍ଷ ସେବା ମଧ୍ୟରେ ଛୁଟି ନେଇପାରିବେ। ଅର୍ଥ ବିଭାଗର ସହମତିରେ ଏହି ନିଷ୍ପତ୍ତି ନିଆଯାଇଛି। ସର୍ବାଧିକ ୬ବର୍ଷ ଛୁଟି ନେଇହେବ ଏବଂ ତାହା ପୁଣି କାର୍ଯ୍ୟରୁ ଅନୁପସ୍ଥିତ ରହିବା ଦିନରୁ ସର୍ତ୍ତାବଳୀକୁ ଆଧାର କରାଯିବ। ଏହି ଛୁଟି ସମୟ ପଦୋନ୍ନତି ପାଇଁ ମଧ୍ୟ ଗଣନା କରାଯାଇପାରିବ। ତେବେ ଛୁଟି ସମୟରେ ଓଏମ୍‌ଏଚ୍‌ଏସ୍‌/ଓଏମ୍‌ଇଏସ୍‌ କ୍ୟାଡରର ସମସ୍ତ ପିଜି/ପୋଷ୍ଟ ପିଜି ଡାକ୍ତରଙ୍କୁ ଦରମା ମିଳିବ।

Share