ପ୍ରେସ୍‌କ୍ରିପ୍‌ଶନରେ ରହୁନି ଡାକ୍ତରଙ୍କ ସ୍ପଷ୍ଟ ଅକ୍ଷର

କଟକ,୧୧ା୭(ଶିଳ୍ପା ପ୍ରିୟଦର୍ଶିନୀ)ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ସ୍ପଷ୍ଟ ଓ ବଡ଼ ଅକ୍ଷରରେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ହେଲେ ଏହାକୁ ଏସ୍‌ସିବି ମେଡିକାଲ ସମେତ ଅନ୍ୟାନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲରେ ପାଳନ କରାଯାଉ ନ ଥିବା ଅଭିଯୋଗ ହୋଇଛି। ବୁଧବାର ଏସ୍‌ସିବି ମେଡିକାଲରେ ଏକ ବିଭାଗର ଜଣେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ଲେଖିଥିଲେ। ହେଲେ ଏହା ବଡ଼ ଅକ୍ଷରରେ ଲେଖାଯାଇ ନ ଥିବାବେଳେ ସ୍ପଷ୍ଟ ଭାବେ ପଢି ହେଉ ନ ଥିଲା। ଏସ୍‌ସିବି ମେଡିକାଲର କେବଳ ଏହି ଗୋଟିଏ ବିଭାଗ ନୁହେଁ, ବରଂ ଅନେକ ବିଭାଗରେ ଏଭଳି ସମସ୍ୟା ଦେଖିବାକୁ ମିଳିଛି। ଡାକ୍ତରଙ୍କ ଏପରି ଲେଖା କାରଣରୁ ଅନେକ ସମୟରେ ରୋଗ, ଔଷଧ, ପରୀକ୍ଷା ସମ୍ପର୍କରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଜାଣିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ଯେଉଁ ପ୍ରେସ୍‌କ୍ରିପ୍‌ସନ୍‌ ଲେଖୁଛନ୍ତି ତାହା କେବଳ ମେଡିସିନ ଦୋକାନୀ ବୁଝିବା ସମ୍ଭବ ହେଉଥିଲା। ଏହି ଘଟଣାରେ ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିବା ସହ ସମସ୍ତ ହସ୍ପିଟାଲରେ ଡାକ୍ତର ବଡ଼ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ସନ୍‌ ଲେଖିବା ପାଇଁ ଗତ ଜାନୁଆରୀରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ରାଜ୍ୟର ସମସ୍ତ ହସ୍ପିଟାଲ, ଘରୋଇ କ୍ଲିନିକ୍‌ ଓ ମେଡିକାଲ କଲେଜ ପାଇଁ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଥିଲା। ଏଥିସହ ଲେଖା ଏମିତି ହେବା ଦରକାର, ଯାହା କୌଣସି ସନ୍ଦେହ ସୃଷ୍ଟି କରୁ ନ ଥିବ। ଏହି ନିର୍ଦ୍ଦେଶନାମାକୁ ବିଭିନ୍ନ ହସ୍ପିଟାଲରେ ଡାକ୍ତରମାନେ ପାଳନ କରୁନାହାନ୍ତି।
ଏନେଇ ଏସ୍‌ସିବି ମେଡିକାଲର ନିରାମୟ କେନ୍ଦ୍ରକୁ ଔଷଧ ପାଇଁ ଯାଇଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି, ବିଭିନ୍ନ ପରୀକ୍ଷା ପାଇଁ ଅନେକ ରୋଗୀ ଡାକ୍ତରଖାନା ଆସୁଛନ୍ତି। ହେଲେ ସେଠାରେ ଡାକ୍ତର ପ୍ରେସ୍‌କ୍ରିପ୍‌ସନ୍‌ ସ୍ପଷ୍ଟ ଭାବେ ଲେଖୁ ନ ଥିବାରୁ ଔଷଧ ସହିତ ଅନ୍ୟାନ୍ୟ ବିଷୟରେ ଜାଣିହେଉ ନାହିଁ। ଏନେଇ ଏସ୍‌ସିବି ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। ଅପରପକ୍ଷରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମକରନ୍ଦ ବେଉରା କହିଛନ୍ତି, ଡାକ୍ତରମାନେ ବଡ ଅକ୍ଷର ଓ ସ୍ପଷ୍ଟ ଭାବେ ପ୍ରେସ୍‌କ୍ରିପ୍‌ଶନ୍‌ ଲେଖିବା ପାଇଁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଥିଲା। ଏପର୍ଯ୍ୟନ୍ତ ଏନେଇ କୌଣସି ଅଭିଯୋଗ ଆସିନାହିଁ। ଯଦି କେହି ଏଭଳି ଅଭିଯୋଗ କରନ୍ତି, ତା’ହେଲେ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ଚାଲିଗଲା ଯୁବକଙ୍କ ଜୀବନ

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଖଣ୍ଡାଳବନ୍ଧ ଗାଁ ନିକଟ ମୁଖ୍ୟରାସ୍ତାରେ ଏକ ଗାଡ଼ି ଧକ୍କାରେ ଜଣେ ଯୁବକ ମୃତ୍ୟୁ ଘଟିଛି। ସେ...

ଦଣ୍ଡନାଚରେ କଥା କଟାକଟିରୁ ସଂଘର୍ଷ: ୨ ଗୁରୁତର

ହିଞ୍ଜିଳିକାଟୁ, ୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଗ୍ରାମରେ ଦଣ୍ଡନାଚ ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ...

୭ ବର୍ଷ ପରେ IPL’ରେ ଅର୍ଦ୍ଧଶତକ ହାସଲ କଲେ ଇଣ୍ଡିଆ ଷ୍ଟାର, ଇଣ୍ଟରନେଟରେ ଛାଇଗଲେ

ନୂଆଦିଲ୍ଲୀ,୧୩ା୪: କରୁଣ ନାୟାର ସାତ ବର୍ଷ ମଧ୍ୟରେ ତାଙ୍କର ପ୍ରଥମ ଆଇପିଏଲ ଅର୍ଦ୍ଧଶତକ ହାସଲ କରିଛନ୍ତି।ଯେଉଁଥିରେ ସେ ଜସପ୍ରିତ ବୁମରାହଙ୍କ ଭଳି ବୋଲରଙ୍କୁ ଗଳି କ୍ରିକେଟ...

ହକି ଚାମ୍ପିୟନଶିପ୍‌: ମଧ୍ୟପ୍ରଦେଶ-ପଞ୍ଜାବ ଫାଇନାଲ

ଝାନ୍ସି,୧୩ା୪: ମଧ୍ୟପ୍ରଦେଶ ଓ ପଞ୍ଜାବ ନିଜ ନିଜର ସେମିଫାଇନାଲ ମ୍ୟାଚରେ ଯଥାକ୍ରମେ ମଣିପୁର ଓ ଉତ୍ତର ପ୍ରଦେଶକୁ ପରାସ୍ତକରି ରବିବାର ଜାତୀୟ ହକି ଚାମ୍ପିୟନଶିପ୍‌ ଫାଇନାଲରେ...

କଲେଜ ପିଲାଙ୍କୁ ଜୟ ଶ୍ରୀରାମ କହିବାକୁ କହି ବିବାଦରେ ତାମିଲନାଡୁ ରାଜ୍ୟପାଳ

ମଦୁରାଇ,୧୩।୪: ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍‌ଗୁଡ଼ିକୁ ମଞ୍ଜୁରୀ ନ ଦେଇ ଦୀର୍ଘଦିନ ପକାଇରଖିବା ଘଟଣାରେ ଗତ ୮ ତାରିଖରେ ସୁପ୍ରିମକୋର୍ଟରୁ ଭର୍ତ୍ସିତ ହୋଇଥିବା ତାମିଲନାଡୁ ରାଜ୍ୟପାଳ...

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ,୧୩।୪(ଦ୍ବିତୀକୃଷ୍ଣ ପଣ୍ଡା): ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଅପହରଣ କର ବଳାତ୍କାର କରିବା ଏବଂ ପରବର୍ତ୍ତୀ ସମୟରେ ଶାରୀରିକ ନିର୍ଯାତନା ଦେବା ନେଇ ହିଞ୍ଜିଳି ଥାନାରେ...

ଭୁଲ ବୁଝାମଣାରୁ ଏମ୍‌କେସିଜିରେ ଫାର୍ମାସୀ ଛାତ୍ରଙ୍କୁ ମାଡ଼, କ୍ଷମା ମାଗିଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର,୧୩।୪(ସୁବାସ ଚନ୍ଦ୍ର ପାଢ଼ୀ): ଏମ୍‌କେସିଜି ମେଡିକାଲରେ ଜଣେ ଫାର୍ମାସୀ ଛାତ୍ରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। କାଜୁଆଲିଟିରେ ଜଣେ ରୋଗୀଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ...

ବଲାଙ୍ଗୀରରେ ପୁଣି ଗଡ଼ିଲା ମୁଣ୍ଡ: ଗ୍ରୋସରୀ ଦୋକାନୀଙ୍କୁ ହାଣି ହତ୍ୟା

ବଲାଙ୍ଗୀର,୧୩।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ୨ ଦିନରେ ଗଡିଛି ୨ ମୁଣ୍ଡ। ଶନିବାର ଦିନ ଦ୍ୱିପ୍ରହରରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ଅତି ବିଭତ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image