ଟିକା ନେଲେ ଡାକ୍ତର, ରାଗିଲେ ପତ୍ନୀ: ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୮ ।୧: ରାଜଧାନୀ ଦିଲ୍ଲୀର ଜଣେ ବରିଷ୍ଠ ତଥା ନାଁକରା ଡାକ୍ତର ଏକେଲା କରୋନା ଟିକା ନେଇଯିବା ପରେ ତାଙ୍କ ପତ୍ନୀ ଫୋନ୍‌ରେ ହିଁ ତାଙ୍କୁ ଟୁଇସନ କରିଥିବା ଜଣାପଡିଛି । ସବୁଠାରୁ ମଜାକଥା ହେଲା ଯେତେବେଳେ ତାଙ୍କପତ୍ନୀ ତାଙ୍କୁ ଗାଳି ଦେଉଥିଲେ ସେତେବେଳେ ସେ ଲାଇଭ୍ ଥିଲେ ଓ ଡାକ୍ତରଙ୍କ କଥାବାର୍ତ୍ତା ରେକର୍ଡ ହୋଇଯାଇଥିଲା । ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭଡିଓ ଫେମଶ କାର୍ଡିଓଲୋଜିଷ୍ଟ ତଥା ଇଣ୍ଡିଆନ ମେଡିକାଲ ଆସୋସିଲଶନର ପୂର୍ବତନ ଅଧ୍ୟକ୍ଷ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ଡାକ୍ତର କେକେ ଅଗ୍ରୱାଲଙ୍କର । ତେବେ ଭିଡିଓ ଭାଇରାଲ ହେବା ପରେ ଡାକ୍ତର ଅଗ୍ରୱାଲ ଟୁଇଟ୍ କରି କହିଛନ୍ତି ହସିବା ସ୍ୱାସ୍ଥ୍ୟ ପାଇଁ ଭଲ ହେଲେ କରୋନା ଟିକା ନିଶ୍ଚିତ ନିଅନ୍ତୁ । ସୂଚନାଯୋଗ୍ୟ, ଡାକ୍ତର ଅଗ୍ରୱାଲଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ସେ ଖୁବ୍ ଚର୍ଚ୍ଚାରେ ।

Share