ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ କୋଳାଗ୍ରତ କରି ବିଦାୟ ଦେଉଛନ୍ତି ଡାକ୍ତର !

ପଣଜୀ,୭।୭: କରୋନା ସଂକ୍ରମଣକୁ ଦେଖି ଏବେ ଏହା ଏକ ଅଛୁଆଁ ରୋଗ ବୋଲି ଆଲୋଚନା ହେଉଛି। ଏମିତିକି ରୋଗୀ ସୁସ୍ଥ ହେବାପରେ ବି କେହି ତାଙ୍କୁ ସ୍ପର୍ଶ କରିବାକୁ ଭୟ କରୁଛନ୍ତି। ହେଲେ ସମାଜରେ ଯେମିତି ଏମାନଙ୍କୁ କେହି ବାରଣ ନ କରେ ସେଥିପାଇଁ ଗୋଆର ଜଣେ ଡାକ୍ତର ସୁସ୍ଥ ହେଉଥିବା କରୋନା ରୋଗୀଙ୍କୁ ବିଦାୟ ଦେବା ସମୟରେ କୋଳାଗ୍ରତ କରୁଥିବା ଦେଖାଯାଇଛି। ଗୋଆ ମେଡିକାଲ କଲେଜ ମେଡିସିନ ବିଭାଗର ଡାକ୍ତର ଏଡଓ୍ବିନ ଗୋମ୍ସ କରୋନା ରୋଗୀଙ୍କ ଚିକିତ୍ସା କରି ଆସୁଛନ୍ତି। ଏମାନେ ସୁସ୍ଥ ହେବା ପରେ ଡାକ୍ତର ଏଡଓ୍ବିନ ତାଙ୍କୁ କୋଳାଗ୍ରତ କରୁଛନ୍ତି। ଏବେ ପର୍ଯ୍ୟନ୍ତ ସେ ପାଖାପାଖି ୧୯୦ ଜଣ ରୋଗୀଙ୍କୁ ଏହିଭଳି ଭାବେ ବିଦାୟ ଦେଇଥିବା କହିଛନ୍ତି। ସେ ଏହାକୁ ‘କୋଭିଡ ଆଞ୍ଜେଲ’ ବୋଲି କହିଛନ୍ତି। ଦୀର୍ଘ ପ୍ରାୟ ୯୮ ଦିନ କରୋନା ରୋଗୀଙ୍କ ଚିକିତ୍ସା କରିବା ପରେ ସେ ଘରକୁ ଆସି ତାଙ୍କ ଅନୁଭବ ଶେୟାର କରିଛନ୍ତି। ଅନ୍ୟପଟେ ଗୋଆରେ କରୋନା ସଂକ୍ରମଣ ସାମାନ୍ୟ କମ୍‌ ଥିବାରୁ ସେଠାରେ ଏବେ ପର୍ଯ୍ୟଟନସ୍ଥଳ ଓ ହୋଟେଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇଛି।

Share