ଫସିଲେ ଡାକ୍ତର, ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୮।୧୧: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ। ବକେୟା ଦରମା କରାଇ ଦେବାକୁ ୪୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡ଼ା ସିଏଚ୍‌ସି ମେଡିକାଲ ଜଣେ ନସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ କହି ମେଡିକାଲ ଅଫିସର ଡାକ୍ତର ବିଶ୍ବଜିତ ଭୂୟାଁ ୪୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ନସିଂ ଅଫିସର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସର ଏକ ୧୫ ଜଣିଆ ଟିମ୍‌ ଯୋଜନା ମୁତାବକ ହସ୍ପିଟାଲ ନିକଟରେ ଛକି ରହିଥିଲେ। ନର୍ସିଂ ଅଫିସର ଜଣକ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ମାଡି ବସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ ଗେମ୍‌ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ: ଯୁବତୀଙ୍କୁ ନେବାକୁ ଆସିଥିଲେ ଭୁବନେଶ୍ବର, ତା’ପରେ…

ଭୁବନେଶ୍ୱର,୮।୧୧: ଭୁବନେଶ୍ବରରେ ଲଭ ଜିହାଦ ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଧରାପଡ଼ିଛନ୍ତି ଜଣେ କଶ୍ମୀର ଯୁବକ। ମହିଳା ଥାନା ପୋଲିସ ଯୁବକଙ୍କୁ ଉଠାଇ ଆଣି...

କଲେଜ ଛାତ୍ରୀ ଗଣବଳାତ୍କାର ମାମଲା: ଖୁବଶୀଘ୍ର ଦାଖଲ କରାଯିବ ଚାର୍ଜଶିଟ୍‌

କଟକ,୮ା୧୧: କଟକ ସହରରେ ଜଣେ ଦଳିତ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର ମାମଲାର ଖୁବଶୀଘ୍ର ଚାର୍ଜଶିଟ୍‌ ଦାଖଲ କରାଯିବ ବୋଲି ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ କଟକ...

ଗଛରେ ପିଟିହୋଇ ଓଲଟିଲା ବସ୍‌: ୩୦ ଯାତ୍ରୀ ଆହତ

ଦଶପଲ୍ଲା,୮।୧୧: ନୟାଗଡ଼ ଜିଲା ନୂଆଗାଁ ଥାନା ସୋରଡା ଛକରେ ଶୁକ୍ରବାର ଏକ ଘରୋଇ ଯାତ୍ରୀବାହୀ ବସ୍‌ ଗଛକୁ ପିଟି ରାସ୍ତାରେ ଓଲଟି ପଡ଼ିଛି। ଦୁର୍ଘଟଣାରେ ୩୦ଜଣ...

ତାରାତାରିଣୀ ମନ୍ଦିରରୁ ଚୋରି: ପବିତ୍ରତା ଫେରାଇ ଆଣିବା ପାଇଁ ମା’ଙ୍କୁ କରାଗଲା ମହାସ୍ନାନ

ପୁରୁଷୋତ୍ତମପୁର,୮ା୧୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରେ ପଶି ଦୁର୍ବୃତ୍ତମାନେ ତାରାତାରିଣୀ ଦୁଇ ଭଉଣୀଙ୍କ ପିନ୍ଧା ଅଳଙ୍କାରକୁ ଲୁଟି ନେଇଥିଲେ। ଯାହାକି...

ହାଇସ୍କୁଲ ଶିକ୍ଷକଙ୍କ ପାଇଁ ଆସିଲା ଖୁସି ଖବର, ଏଣିକି ନୂଆ ଜମି, ଘର କିଣିବା ପାଇଁ ମିଳିବ ଅଗ୍ରୀମ ଟଙ୍କା

ଭୁବନେଶ୍ୱର,୮।୧୧: ସରକାରୀ ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ ଶୁକ୍ରବାର ଏକ ଖୁସି ଖବର ଆସିଛି। ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ନୂଆ ଜମି ଓ...

ବ୍ୟାଙ୍କ କର୍ମଚାରୀଙ୍କ ବେକରେ ଟାଙ୍ଗିଆ ଲଗାଇ ୭ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି,୮ା୧୧: ବେକରେ ଟାଙ୍ଗିଆ ଲଗାଇ ମିନି ବ୍ୟାଙ୍କ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି। ବ୍ୟାଙ୍କ କର୍ମଚାରୀ ଭାଇ-ଭଉଣୀ ବାଇକ୍‌ରେ ଯିବାବେଳେ ୨ରୁ ଅଧିକ ଦୁର୍ବୃତ୍ତ...

ନାଳରୁ ଧରାପଡ଼ିଲା ୭ ଫୁଟର ବଉଳା କୁମ୍ଭୀର, ଲୋକେ ଆତଙ୍କିତ

ଭୋଗରାଇ,୮ା୧୧(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବିଚିତ୍ରପୁର ଇକୋ ଟୁରିଜିମ୍‌ ନିକଟ ସମୁଦ୍ରକୁ ଲାଗିଥିବା ଏକ ନାଳରୁ ୭ ଫୁଟ ୬ ଇଞ୍ଚ ଲମ୍ବର...

ଏଣିକି ତହସିଲ, ସବ୍‌ରେଜିଷ୍ଟ୍ରାର ଅଫିସରେ ରହିବ ରେଜିଷ୍ଟର, ମତାମତ ଦେଇପାରିବେ ଆଗନ୍ତୁକ: ରାଜସ୍ବ ମନ୍ତ୍ରୀ

ଭୁବନେଶ୍ୱର,୮ା୧୧: ରାଜ୍ୟର ସମସ୍ତ ତହସିଲ ଓ ସବରେଜିଷ୍ଟ୍ରାର ଅଫିସକୁ ଯାଉଥିବା ବ୍ୟକ୍ତିମାନେ ନିଜର ମତାମତ ଓ ପ୍ରତିକ୍ରିୟାକୁ ରେଜିଷ୍ଟରରେ ଦରଜ କରିପାରିବେ। ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri