ଥରେ ଗିରଫ ପରେ ସୁଧୁରିଲେନି: ପୁଣି ଲାଞ୍ଚ ନେଇ ଡାକ୍ତର ଗିରଫ

ମାଲକାନଗିରି, ୨୩।୧୧(ଡି.ଏନ୍‌.ଏ.): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତର ପୁଣିଥରେ ଲାଞ୍ଚ ନେବା ବେଳେ ଭାଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ହେ ହେଲେ ମାଲକାନଗିରି ଜିଲା ପୋଡିଆ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପାନୁ ଚରଣ ମଣ୍ଡଲ।
ସୂଚନାନୁସାରେ, ଗତ ମାସ ୨୦ ତାରିଖରେ ପୋଡିଆ ମେଡିକାଲ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଜଣେ ବ୍ୟକ୍ତିଙ୍କଠାରୁ ଭଡା ବାବଦକୁ ବକେୟା ଥିବା ବିଲ୍‌ ପାସ କରାଇବା ପାଇ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ଟାମ୍‌ ତାଙ୍କୁ ଗିରଫ କରିଥିଲା। ତେବେ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି ସେନେଇ ଅଧିକ ତଦନ୍ତ ଜାରି ରହିଛି।
ପୂର୍ବରୁ ପାନୁଚରଣ ଖଣ୍ଡପଡ଼ାରେ କାର୍ଯ୍ୟରତ ଥିବାବେଳେ ୭୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ସହ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛି।

Share