ଭୂକମ୍ପ ସମୟରେ ରାସ୍ତାରେ ଗର୍ଭବତୀଙ୍କ ପ୍ରସବ କରାଇ ଚର୍ଚ୍ଚାରେ ଡାକ୍ତର, ଭିଡିଓ ଭାଇରାଲ

ନାପିଦାଉ,୨୯।୩: ଶୁକ୍ରବାର (୨୮ ମାର୍ଚ୍ଚ) ସ୍ଥାନୀୟ ସମୟ ପ୍ରାୟ ୧୨:୫୦ ସମୟରେ ମ୍ୟାନମାରରେ ଦୁଇଟି ଶକ୍ତିଶାଳୀ ଏବଂ ଭୟଙ୍କର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଏହି ଦୁଇଟି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୭ ଏବଂ ୬.୪ ମାପ କରାଯାଇଥିଲା। ମ୍ୟାନମାରରେ ହୋଇଥିବା ଭୂମିକମ୍ପର ଝଟକା ପଡ଼ୋଶୀ ଦେଶ ଥାଇଲ୍ୟାଣ୍ଡ ଉପରେ ପ୍ରବଳ ପ୍ରଭାବ ପକାଇଥିଲା। ଭୟଙ୍କର ଭୂମିକମ୍ପ ଯୋଗୁଁ ବ୍ୟାଙ୍କକରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏହି ସମୟରେ, ଅନେକ ବଡ଼ ବଡ଼ କୋଠା ତାସ ପ୍ୟାକେଟ ପରି ଭୁଶୁଡ଼ି ପଡ଼ିଥିଲା।
ବ୍ୟାଙ୍କକରେ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଡାକ୍ତରଙ୍କ ଏକ ଟିମ୍‌ ରାସ୍ତା ମଝିରେ ଏକ ଶିଶୁକୁ ପ୍ରସବ କରାଇଥିଲେ। ଶୁକ୍ରବାର (୨୮ ମାର୍ଚ୍ଚ) ପୋଲିସ ଜେନେରାଲ ହସ୍ପିଟାଲରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର କରାଯାଉଥିଲା। ଏହି ସମୟରେ, ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା, ଯାହା ପରେ ସମସ୍ତ ଡାକ୍ତର ଏବଂ ରୋଗୀଙ୍କୁ ହସ୍ପିଟାଲରୁ ବାହାରକୁ ନିଆଯାଇଥିଲା।
ଭୂମିକମ୍ପ ମଧ୍ୟରେ, ହସ୍ପିଟାଲର ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରୀ ଦଳ ମହିଳାଙ୍କୁ ହସ୍ପିଟାଲରୁ ବାହାର କରି ରାସ୍ତାକୁ ଆଣିଥିଲେ, ଯେଉଁଠାରେ ଡାକ୍ତରମାନେ ଏକ ସଫଳ ଅସ୍ତ୍ରୋପଚାର କରିଥିଲେ ଏବଂ ମହିଳା ଜଣକ ଏକ ପୁଅକୁ ଜନ୍ମ ଦେଇଥିଲେ, ହସ୍ପିଟାଲର ମୁଖପାତ୍ର ପୋଲିସ କର୍ଣ୍ଣେଲ ସିରିକୁଲ ଶ୍ରୀସଙ୍ଗା ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

+୨ ପରୀକ୍ଷା ଖାତା ମୂଲ୍ୟାଙ୍କନ ଆରମ୍ଭ

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ): ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଖାତା ମୂଲ୍ୟାୟନ ବୁଧବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ସରକାର ଚଳିତ ବର୍ଷ ମାଟ୍ରିକ, ଯୁକ୍ତ ୨ ଏବଂ...

କାମରେ ଆସୁନି ଗୋଷ୍ଠୀ ଶୌଚାଳୟ: ଲକ୍ଷାଧିକ ଟଙ୍କା ଖର୍ଚ୍ଚକୁ ନେଇ ଉଠିଲା ପ୍ରଶ୍ନ

ଦାରିଙ୍ଗବାଡି,୨ /୪ (ଅରୁଣ ସାହୁ): ପରିବେଶକୁ ସ୍ବଚ୍ଛ ରଖିବା ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏଥିପାଇଁ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ...

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡଯାତ୍ରା ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

ସକାଳୁ ସକାଳୁ ଥରିଲା ପାକିସ୍ତାନ: ଲୋକେ ଭୟଭୀତ

ଇସଲାମାବାଦ୍‌,୨।୪: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର...

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ)/(ପ୍ରଦୀପ ବେହେରା): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image