Categories: ଜାତୀୟ

ଆନ୍ଦୋଳନ ପାଇଁ ଆମେରିକା ଗସ୍ତକୁ ସ୍ଥଗିତ ରଖିଛନ୍ତି ଡାକ୍ତର

ନୂଆଦିଲ୍ଲୀ,୭।୩ : କେନ୍ଦ୍ର ସରକାରଙ୍କ ୩ ନୂଆ ଆଇନ ବିରୋଧରେ ଗତ ୩ ମାସ ହେଲା ଦିଲ୍ଲୀର ଟିକ୍ରି ସୀମାରେ ଚାଲିଥିବା ଅନ୍ଦୋଳନରେ ସାମିଲ ହୋଇଛନ୍ତି ଆମେରିକାର କାର୍ଡିଓଲୋଜିଷ୍ଟ (ହୃଦରୋଗ ବିଶେଷଜ୍ଞ) ଡ. ସ୍ବାଇମାନ ସିଂ। ସେ ଆମେରିକାର ନ୍ୟୁ ଜର୍ସି ଫେରିବା ବଦଳରେ ଦିଲ୍ଲୀର ଟିକ୍ରି ସୀମାରେ ଆନ୍ଦୋଳନରତ କୃଷକଙ୍କୁ ମାଗଣାରେ ଚିକିତ୍ସା ଓ ଔଷଧ ଯୋଗାଉ ଦେଉଛନ୍ତି।

କେବଳ କୃଷକଙ୍କୁ ନୁହେଁ ସଭିଙ୍କୁ ମେଡିକାଲ ସେବା ଯୋଗାଇ ଦେଉଛୁ। ସ୍ଥାନୀୟ ଲୋକେ, ପୋଲିସ କର୍ମୀ, ସିଆରପିଏଫ୍‌ ଯବାନମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି। ପ୍ରତ୍ୟେକ ଦିନ ହାରାହାରି ୪ରୁ ୬ ହଜାର ଲୋକଙ୍କୁ ଆମେ କ୍ୟାମ୍ପରେ ଚିକିତ୍ସା ଯୋଗାଉଛୁ। ରାତି ପର୍ଯ୍ୟନ୍ତ କ୍ୟାମ୍ପରେ ରୋଗୀଙ୍କ ସେବା କରାଯାଉଛି। ଟିକ୍ରିରେ ଏହା ଏକମାତ୍ର ସୁପର ସ୍ପେସିଆଲିଟି ହସ୍ପିଟାଲ। ଧାରଣାରେ ଜଣେ ବ୍ୟକ୍ତି ହୃଦ୍‌ଘାତର ସମ୍ମୁଖୀନ ହେବାରୁ ମୋତେ ଏଠାକୁ ଡକାଇଥିଲେ। ଏହାପରେ ମୁଁ ଏଠାରେ ୫ ଦିନ ରହିବାକୁ ଚିନ୍ତା କରିଥିଲି। କିନ୍ତୁ ଆନ୍ଦୋଳନରତ କୃଷକଙ୍କ ସ୍ଥିତି ଦେଖିବା ପରେ ମୋ ମନ ବଦଳିଗଲା। ସେବେଠୁ ୩ ମାସ ହେଲା ମୁଁ ଏଠାରେ ଅଛି ବୋଲି ସ୍ବାଇମାନ ସିଂ କହିଛନ୍ତି।

Share