Categories: ଜାତୀୟ

ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣା: କାହାକୁ ବଞ୍ଚାଇବାକୁ ଚାହୁଁଛନ୍ତି ମମତା; ଘେରିଲା ଭାଜପା

କୋଲକତା,୧୪।୮: କୋଲକତା ହାଇକୋର୍ଟ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣାର ତଦନ୍ତକୁ କୋଲକାତା ପୋଲିସରୁ ପରେ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତିକୁ ସରଗରମ କରିଛି। ପୋଲିସକୁ ସାତ ଦିନର ସମୟସୀମା ଦେବା ଏବଂ ମାମଲା ସିବିଆଇକୁ ହସ୍ତାନ୍ତର କରିବାରେ ବିଳମ୍ବ ହେବାରୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାଜପାକୁ ଘେରିଛି

ସେ କାହାକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ମଧ୍ୟ ଭାଜପା ଅଭିଯୋଗ କରିଛି। ମୁଖପାତ୍ର ଗୌରା ଭାଟିଆ କହିଛନ୍ତି, ପ୍ରମାଣ ସଂଗ୍ରହ କରିବା ପାଇଁ ପ୍ରଥମ ୪୮ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏହାକୁ ନେଇ ମମତା ବାନାର୍ଜୀ କହିଛନ୍ତି, ଯେତେବେଳେ ଅପରାଧ ଘଟିଲା ସେତେବେଳେ ସେ କହିଥିଲେ ଯେ କିଛି ଦିନ ପରେ ସେ ଏହି ମାମଲା ସିବିଆଇକୁ ହସ୍ତାନ୍ତର କରିବେ। ଏହିକଥାକୁ ଟାର୍ଗେଟ କରି ଭାଜପା ମୁଖପାତ୍ର କହିଛନ୍ତି, ଯଦି ଏହି ମାମଲା ତୁରନ୍ତ ସିବିଆଇ ଏଜେନ୍ସିଙ୍କୁ ହସ୍ତାନ୍ତର କରାଯାଇଥାନ୍ତା ତେବେ ନ୍ୟାୟଯୁକ୍ତ ତଦନ୍ତ କରାଯାଇଥାନ୍ତା।

Share