ମହିଳାଙ୍କ ପେଟରୁ ୨୪କିଲୋ ଓଜନର ଟ୍ୟୁମର ବାହାର କଲେ ଡାକ୍ତର

ଶିଲଙ୍ଗ,୫।୮: ମେଘାଳୟର ଓ୍ବେଷ୍ଟ ଗାରୋ ହିଲ୍ସ ଜିଲାରେ ଏକ ହସ୍ପିଟାଲରେ ଜଣେ ମହିଳାଙ୍କ ପେଟରୁ ୨୪ କିଲୋଗ୍ରାମ ଓଜନର ଟ୍ୟୁମର ବାହାର କରିଥିବା ଜଣାପଡ଼ିଛି। ଏନେଇ ହସ୍ପିଟାଲର ଜଣେ ଅଧିକାରୀ ବୁଧବାର ସୂଚନା ଦେଇଛନ୍ତି। ଉକ୍ତ ଜିଲାର ଜାମଗେ ଗାଁରେ ରହୁଥିବା ଜଣେ ୩୭ର୍ଷୀୟା ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ଜୁଲାଇ ୨୯ରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୨ରେ ତାଙ୍କର ଅପରେଶନ୍‌ କରାଯାଇଥିଲା। ଏହି ଅପରେଶନ୍‌ ଦୀର୍ଘ ୩ଘଣ୍ଟା ଧରି ଚାଲିଥିଲା। ମହିଳାଙ୍କ ଏବେ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କ ଟ୍ୟୁମରକୁ ପରୀକ୍ଷା ପାଇଁ ପଠାଯାଇଛି। ଯେଉଁଥିରୁ ଜଣାପଡ଼ିବ ଯେ, ଏହା କ୍ୟାନସର କି ନୁହେଁ। ଅପପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅପରେଶନ୍‌ କରିଥିବା ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋଗୀ ମହିଳାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Share