Categories: ଜାତୀୟ

ଦେଶର ପ୍ରଥମ ମହିଳା ହୃଦ୍‌ରୋଗ ବିଶେଷଜ୍ଞଙ୍କ ପରଲୋକ

ନୂଆଦିଲ୍ଲୀ,୩୧।୮:ଦେଶର ବିଖ୍ୟାତ ହୃଦ୍‌ରୋଗ ବିଶେଷଜ୍ଞ ଡା. ଏସ୍‌ ପଦ୍ମାବତୀଙ୍କ ପରଲୋକ ଘଟିଛି। କରୋନାରେ ତାଙ୍କ ମୃତ୍ୟୁ ଘଟିଥିବା ନ୍ୟାଶନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌(ଏନଏଚ୍‌ଆଇ) ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୩ ବର୍ଷ ହୋଇଥିଲା। ଡା.ଏସ୍‌ ପଦ୍ମାବତୀ ଦେଶର ପ୍ରଥମ ମହିଳା ହୃଦ୍‌ରୋଗ ବିଶେଷଜ୍ଞ ଥିଲେ। ସେ ଭାରତରେ ପ୍ରଥମ କାର୍ଡିୟକ କେୟାର ୟୁନିଟ୍‌ ସ୍ଥାପନା ଦିଲ୍ଲୀର ଗୋବିନ୍ଦ ବଲ୍ଲଭ ପନ୍ତ ହସ୍ପିଟାଲରେ କରିଥିଲେ। ଗତ ୧୧ ଦିନ ହେବ ଏନଏଚ୍‌ଆଇରେ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ନିଃଶ୍ୱାପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରିବା ସହ ଜ୍ୱରରେ ପୀଡିତ ଥିଲେ। ସୂଚନାଯୋଗ୍ୟ, ପଦ୍ମାବତୀ ମିଆଁମାରରେ ଜନ୍ମଗ୍ରହଣ କରିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ଭାରତ ପଳାଇଆସିଥିଲେ। ଏହାପରେ ପରଠାରୁ ସେ ଭାରତରେ ରହିଆସୁଥିଲେ। ପରେ ଦେଶର ପ୍ରଥମ ମହିଳା ହୃଦ୍‌ରୋଗ ବିଶେଷଜ୍ଞ ହେବାର ସୌଭାଗ୍ୟ ଲାଭ କରିଥିଲେ। ଶେଷ ସମୟରେ ଚିକିତ୍ସିତ ହେଉଥିବା ନ୍ୟାଶନାଲ୍‌ ହାର୍ଟ ଇନ୍‌ଷ୍ଟିଚ୍ୟୁଟ୍‌କୁ ସେ ୧୯୮୧ରେ ନିର୍ମାଣ କରିଥିଲେ।

Share