ଓଟିଟିରେ ରିଲିଜ୍‌ ହେବ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’

ହଲିଉଡ୍‌ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ୍‌’: ମେଲ୍ଟିଭର୍ସ ଅଫ ମେଡନେସ’ ମେ’୬ରେ ସିନେମା ହଲ୍‌ରେ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବା ପାଇଁ ଫିଲ୍ମ ହଲ୍‌ରେ ଦର୍ଶକଙ୍କ ଭିଡ ଜମିଥିଲା। ହେଲେ ବର୍ତ୍ତମାନ ଦର୍ଶକଙ୍କ ପାଇଁ ଖୁସି ଖବର ଆସିଛି ଯେ, ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ-୨’ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏନେଇ ଡିସ୍ନି ପ୍ଲସ ହଟ ଷ୍ଟାର ପକ୍ଷରୁ ସୂଚନା ଦିଆଯାଇଛି। ପୋଷ୍ଟର ଶେୟାର କରି ନିର୍ମାତା ଲେଖିଛନ୍ତି, ଆଉ କିଛି ଘଣ୍ଟା! ‘ଡକ୍ଟର ଷ୍ଟ୍ରେଞ୍ଜ୍‌: ମଲ୍ଟିଭର୍ସ ଅଫ ମେଡିନେସ’ ଆଜି ଅପରାହ୍ନରେ ଡିଜନି ପ୍ଲସ ହଟ ଷ୍ଟାରରେ ଷ୍ଟ୍ରିମ ଆରମ୍ଭ କରିବ । ଫିଲ୍ମଟି ଓଟିଟିରେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡ ଭାଷାରେ ରିଲିଜ୍‌ ହେବ। ଏହାର ପ୍ରଥମ ଭାଗ ୨୦୧୬ ମସିହାରେ ଆସିଥିଲା।

Share