କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଏଠି ନାହାନ୍ତି ଡାକ୍ତର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ ଏବେ ମହାମାରୀର ରୂପ ନେଇଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଚେଷ୍ଟା ଜାରି ରହିଛି। ଏହାପରେ ବି କରୋନା ତା’ର କାୟା ବିସ୍ତାର କରି ଚାଲିଛି। କରୋନା ରୋଗୀଙ୍କ ପାଇଁ ସାରା ଦେଶରେ ସ୍ବତନ୍ତ୍ର ହସ୍ପିଟାଲ ଓ ସେଥିରେ ସମସ୍ତ ସୁବିଧା କରାଯାଇଛି। ହେଲେ ବେଙ୍ଗାଲୁରୁର ଏକ ହସ୍ପିଟାଲରେ ବେଡ୍‌, ଆଇସିୟୁ, ଭେଣ୍ଟିଲେଟର ସହ ସମସ୍ତ ସୁବିଧା ଥିଲେ ମଧ୍ୟ ରୋଗୀଙ୍କ ସେବା କରିବାକୁ କେହି ଡାକ୍ତର ନ ଥିବା ଜଣାପଡିଛି। ଉକ୍ତ ହସ୍ପିଟାଲର ଜଣେ ସିନିୟର ଡାକ୍ତର ଏକ ଭିଡିଓ ଜାରି କରି ଡାକ୍ତରମାନଙ୍କୁ କାମରେ ଯୋଗ ଦେବାକୁ କହୁଥିବା ଦେଖାଯାଇଛି। ଏହା ବଙ୍ଗାଲୁରୁର ଏଚ୍‌ବିଏସ୍‌ ହସ୍ପିଟାଲର ବୋଲି ଜଣାପଡିଛି। ସିନିୟର ଡାକ୍ତର ଜଣଙ୍କ ତାଙ୍କ ଭିଡିଓରେ ଡାକ୍ତର, ନର୍ସମାନଙ୍କୁ କହୁଥିବା ଦେଖାଯାଉଛି କି ନିଜର ୬ ଘଣ୍ଟା ସମୟ କରୋନା ମହାମାରୀ ସହ ଲଢିବାକୁ ଦିଅନ୍ତୁ। ଆପଣ କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ହୁଅନ୍ତୁ ଓ ବିଶ୍ୱକୁ ଦେଖାଇ ଦିଅନ୍ତୁ କି ମାନବ ସେବା କିପରି କରାଯାଏ। ତେବେ ସେଠାକାର ଡାକ୍ତମାନେ କିଛି ଦାବି କରି କାମରେ ଯୋଗ ଦେଉ ନ ଥିବା ଜଣାପଡିଛି।

Share