୫ କୋଟି ଫି’ ଛାଡ଼ କଲେ ଡାକ୍ତର

ଓ୍ବାଶିଂଟନ୍‌, ୪ା୧: ଆମେରିକାର ଜଣେ କ୍ୟାନ୍ସର ରୋଗ ବିଶେଷଜ୍ଞ ତାଙ୍କ ରୋଗୀଙ୍କ ପ୍ରାୟ ୫ କୋଟି ଟଙ୍କା ଫି’ ଛାଡ଼ କରି ଉଦାହରଣ ସୃଷ୍ଟି କରିଛନ୍ତି। ପାକିସ୍ତାନ ବଂଶୋଦ୍ଭବ ଡା. ଉମର ଅତିକ୍‌ ନିଜ କ୍ଲିନିକରେ ୨୦୦ରୁ ଊର୍ଦ୍ଧ୍ୱ କ୍ୟାନ୍ସର ପୀଡ଼ିତଙ୍କ କେମୋଥେରାପି, ରେଡିଏଶନ ଓ ଅନ୍ୟାନ୍ୟ ଯାଞ୍ଚ କରାଇଥିଲେ। ଏହା ବାବଦରେ ସମ୍ପୃକ୍ତ ରୋଗୀ ଡା. ଅତିକ୍‌ଙ୍କୁ ପ୍ରାୟ ୫ କୋଟି ଟଙ୍କା ଦେଇଥାନ୍ତେ। କର୍ମଚାରୀ ଅଭାବରୁ ଡା. ଅତିକ୍‌ କ୍ଲିନିକକୁ ବନ୍ଦ କରିଦେଇଛନ୍ତି। ଏଥିସହ ବକେୟା ଥିବା ଟଙ୍କାକୁ ସେ ଆଦାୟ କରିବେନି ବୋଲି ନୂଆବର୍ଷ ଅବସରରେ ଘୋଷଣା କରିଛନ୍ତି। କରୋନାରେ ବହୁ ସଂଖ୍ୟାରେ ଲୋକଙ୍କ ଜୀବନ ଜୀବିକା ଉଜୁଡ଼ି ଯାଇଥିବାରୁ ଜନସାଧାରଣଙ୍କୁ ସହାୟତା କରିବାର ଏହା ଉପଯୁକ୍ତ ସମୟ ବୋଲି ସେ ପ୍ରକାଶ କରିଛନ୍ତି।

Share