ନୂଆଦିଲ୍ଲୀ,୧।୫ : ଅଧିକରୁ ଅଧିକ କୋଭିଡ୍-୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବାରୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଉପରେ ବଢ଼ୁଛି ମାନସିକ ଚାପ। ଦିଲ୍ଲୀର ଏକ ବେସରକାରୀ ମେଡିକାଲର କୋଭିଡ୍ ଓ୍ବାର୍ଡରେ କାମ କରୁଥିବା ଡାକ୍ତର ପ୍ରବଳ ଚାପର ସମ୍ମୁଖୀନ ହୋଇ ନ ପାରି ବାଛି ନେଇଛନ୍ତି ଆତ୍ମହତ୍ୟାର ବାଟ।
ଗୋରଖପୁରର ସେ ଜଣେ ଭଲ ଡାକ୍ତର ଥିଲେ। ମହାମାରୀ ସମୟରେ ସେ ଶତାଧିକ ଜୀବନ ବଞ୍ଚାଇଥିବା ଟୁଇଟ୍ କରିଛନ୍ତି ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମ୍ଏ)ର ପୂର୍ବତନ ମୁଖ୍ୟ ଡ. ରବି ଓ୍ବାଙ୍ଖେଡକର।
ଡ. ବିବେକ ରାୟ ବେସରକାରୀ ମେଡିକାଲରେ ଗତ ଏକ ମାସ ହେଲା କୋଭିଡ୍ ଆକ୍ରାନ୍ତଙ୍କ ଦାୟିତ୍ୱରେ ଥିଲେ। ପ୍ରତି ଦିନ ୭ରୁ ୮ ଜଣ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା କରୁଥିଲେ। ଅଧିକରୁ ଅଧିକ ଲୋକଙ୍କ ମୃତ୍ୟୁ ଯୋଗୁ ମାନସିକ ଚାପର ସମ୍ମୁଖୀନ ହୋଇଥିଲେ ଯୁବ ଡାକ୍ତର। ଏତେ ଚାପ ଯେ, ଡ. ବିବେକ ଦୁଇ ମାସର ଗର୍ଭବତୀ ପତ୍ନୀ କଥା ମଧ୍ୟ ଚିନ୍ତା କଲେନାହିଁ।