ଡାକ୍ତରଙ୍କୁ ଅପହରଣ, ଘଟଣାସ୍ଥଳରୁ ମାଓବାଦୀଙ୍କ ଚିଠି

ମାଲକାନଗିରି,୨ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳାରେ ଜଣେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଓବାଦୀ ଶନିବାର ବିଳମ୍ବିତ ରାତିରେ ଅପହରଣ କରିନେଇଥିବା ଜଣାପଡ଼ିଛି। ଅପହୃତ ଡାକ୍ତରଙ୍କ ନାଁ ଅମ୍ଲାନ କୁମାର ଭୋଇ। ଏ ସମ୍ପର୍କରେ ମାଓବାଦୀମାନେ ସରକାରୀ କାର୍ଟରରେ ସିପିଆଇ ମାଓବାଦୀ ବୋଲି ଲେଖାଥିବା ଏକ ଚିଠି ଛାଡ଼ି ଯାଇଥିବାର ସୂଚନା ମିଳିଛି। ସରକାରୀ କ୍ୱାର୍ଟର ଭିତରେ ଡାକ୍ତରଙ୍କ ମୋବାଇଲ ଓ ଘର ବାହାରେ ବାଇକ୍‌ ରହିଥିବାର ଦେଖିବାକୁ ମିଳିଛି।

ଶୁକ୍ରବାର ଜଣେ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦକୁ କେନ୍ଦ୍ର କରି ଡାକ୍ତରଙ୍କ ସହ କିଛି ଲୋକଙ୍କ ବଚସା ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି ଡାକ୍ତରଙ୍କୁ ଅପହରଣ କରାଯାଇଥିବାର ଅନୁମାନ କରାଯାଉଛି। ଅନ୍ୟପଟେ ଏସ୍‌ଡିପିଓ ସଚିନ ପଟେଲ ମେଡିକାଲକୁ ଆସି ତନାଘନା କରିଛନ୍ତି।

Share