ଦିଗପହଣ୍ଡି,୫ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଖାଲିପଡ଼ିଥିବା ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ ଦାବିରେ ଗୁରୁବାର ସ୍ଥାନୀୟ ଭାଜପା ନଗର କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାଜପା ଗଞ୍ଜାମ ଜିଲା କମିଟି ଉପସଭାପତି ପରେଶ ଚନ୍ଦ୍ର ରଥ, ଦିଗପହଣ୍ଡି ନଗର କମିଟି ସଭାପତି ଭବାନୀ ଶଙ୍କର ପଣ୍ଡା, କୁରେଶୁ ମହାରଣା,ପ୍ରଶାନ୍ତ ପୂଜାରୀ,ଟୁନା ଚୌଧୁରୀ,ପି. ହରିକୃଷ୍ଣ, ଅରୁଣ ଚୌଧୁରୀ, ସୀମାଞ୍ଚଳ ସାସମଲଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ବିକ୍ଷୋଭ କାର୍ଯ୍ୟକ୍ରମରେ ସାମିଲ ଥିଲେ। ପରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଡାକ୍ତର ହରିଶ ମାଧବଙ୍କ ଜରିଆରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।