Categories: ବାଣିଜ୍ୟ

ପିଏମ୍‌ବିଆଇ ପକ୍ଷରୁ ଡାକ୍ତର ଦିବସ

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ଫାର୍ମାସ୍ୟୁଟିକାଲ୍‌ସ ଆଣ୍ଡ ମେଡିକାଲ ଡିଭାଇସେସ୍‌ ବ୍ୟୁରୋ ଅଫ୍‌ ଇଣ୍ଡିଆ(ପିଏମ୍‌ବିଆଇ) ପକ୍ଷରୁ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ଲୋକଙ୍କ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କ ପ୍ରତି ସମ୍ମାନର୍ଥେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ଅବସରରେ ରୋହିଣୀସ୍ଥିିତ ଜେଡି ହସପିଟାଲରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ଉପସ୍ଥିତ ଡାକ୍ତର ଓ ବିଶେଷଜ୍ଞମାନେ ଜେନେରିକ ମେଡିସିନ୍‌ ସମ୍ପର୍କରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକଙ୍କ ସମେତ ଜନୌଷଧି କେନ୍ଦ୍ରଗୁଡ଼ିକର ମାଲିକମାନେ ମଧ୍ୟ ଯୋଗ ଦେଇଥିଲେ। ଜନୌଷଧିର ବ୍ୟବହାରର ଉପଯୋଗର ଲାଭ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା।

Share