ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ପଜିଟିଭ ଆସିଲା ଟେଷ୍ଟ ରିପୋର୍ଟ

ସାନ ଡିଏଗୋ (କାଲିଫର୍ନିଆ), ୩୦।୧୨: କୋଭିଡ୍‌-୧୯ ଭାଇରସର ମୁକାବିଲା ପାଇଁ ଅନୁମତି ପାଇଥିବା ଫାଇଜର ଟୀକାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଆମେରିକାର କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ଜଣେ ନର୍ସ ଫାଇଜର ଟୀକା ନେବାର ୬ ଦିନ ପରେ ମଧ୍ୟ ରିପୋର୍ଟ ଆସିଛି ପଜିଟିଭ। ସାନ ଡିଏଗୋ ଅଞ୍ଚଳରେ ଏହି ଘଟଣା ଘଟିଛି।

କାଲିଫର୍ଣ୍ଣିଆରେ ରହୁଥିବା ଜଣେ ନର୍ସ ହଜାର ହଜାର କରୋନା ଆକ୍ରାନ୍ତଙ୍କ ଭଳି ଫାଇଜର ଟୀକା ନେଇଥିଲେ। ଟୀକା ନେବାର ୬ ଦିନ ପରେ ଖ୍ରୀଷ୍ଟମସ ଦିନ ସେ ଅସୁସ୍ଥ ଅନୁଭବ କରିବା ପରେ କରୋନା ଟେଷ୍ଟ କରାଇଥିଲେ। ରିପୋର୍ଟ ପଜିଟିଭ ବୋଲି ଜଣାପଡ଼ିଛି।

ବିଶେଷଜ୍ଞ ଡ. ହେରଲ୍ଡ କହିଛନ୍ତି, ଟୀକା ନେବା ପରେ ଶରୀରରେ ଆଣ୍ଟିବଡି ପ୍ରସ୍ତୁତ ହେବା ପାଇଁ ସମୟ ଲାଗେ। ଫାଇଜର ଭ୍ୟାକସିନର ପ୍ରଥମ ଡୋଜ ଶରୀରରେ ରୋଗ ପ୍ରତିଷେଦକ ଶକ୍ତିକୁ ୫୦ ପ୍ରତିଶତ ବୃଦ୍ଧି କରେ। ଏଥି ଲାଗି ଫାଇଜର ଟୀକାକୁ ଗୋଟେ ସପ୍ତାହ ଲାଗୁ ଥିବାବେଳେ ମଡର୍ନା ଭ୍ୟାକସିନକୁ ଦୁଇ ସପ୍ତାହ ଲାଗୁଛି। ଦ୍ୱିତୀୟ ଡୋଜ ପରେ ଶରୀରରେ ଅତିକମ୍‌ରେ ୯୦ ପ୍ରତିଶତ ରୋଗ ପ୍ରତିଶେଦକ ଶକ୍ତି ବୃଦ୍ଧି ପାଇଥାଏ।

Share