ଡାକ୍ତରଙ୍କ ଗୋଟିଏ ଭୁଲ ପାଇଁ ଖରାପ ହୋଇଯାଇଥିଲା ଚେହେରା: ପ୍ରିୟଙ୍କା

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରା ଏବେ ଜଣେ ଇଣ୍ଟରନାଶନାଲ ଷ୍ଟାର। କେବଳ ନିଜ ଦେଶ ବା ବଲିଉଡରେ ନୁହେଁ ଏବେ ହଲିଉଡରେ ବି ପ୍ରିୟଙ୍କା ଜଣେ ଆଗଧାଡିର କଳାକାର। ଏବେ ସେ ତାଙ୍କ ଓ୍ବେବ ସିରିଜ ‘ସିଡାଟେଲ’ର ଖୁବ ପ୍ରମୋଶନ କରିବା ପରେ ଅଭିନେତ୍ରୀ ତାଙ୍କ ଅପକମିଂ ମୁଭି ‘ଲଭ ଏଗେନ’ର ପ୍ରସ୍ତୁତିରେ ଲାଗି ପଡିଛନ୍ତି। ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ କ୍ୟାରିୟରର ଟପରେ ପହଞ୍ଚିଛନ୍ତି କହିଲେ ଭୁଲ ହେବ ନାହିଁ। ଏହାରି ଭିତରେ ଅଭିନେତ୍ରୀ କହିଛନ୍ତି, ଏମିତି ସମୟ ଥିଲା ଯେତେବେଳେ ସେ ତାଙ୍କର ନାକର ସର୍ଜରୀ ପାଇଁ ଡିପ୍ରେସନକୁ ଚାଲିଯାଇଥିଲେ।

ନିକଟରେ ପ୍ରିୟଙ୍କା ଚୋପ୍ରା ଗଣମାଧ୍ୟମ ସହ କଥା ହେଉଥିବା ବେଳେ ପୁରୁଣା ଦିନକୁ ମନେ ପକାଇ କହିଛନ୍ତି, ସେ ତାଙ୍କ ନାକର ସର୍ଜରୀ ପରେ ‘ଡିପ ଡିପ୍ରେଶନ’କୁ ଚାଲିଯାଇଥିଲେ। ସେ କହିଥିଲେ ଡାକ୍ତର ଏକ ପଲିପ(Tissue Growth) ପାଇଥିଲେ। ଆଉ ତାଙ୍କ ନାକରୁ ଏହାକୁ ହଟାଇବାକୁ ସର୍ଜରୀ ପାଇଁ କହିଥିଲେ। ପିସି କହିଥିଲେ କି ଡାକ୍ତର ଭୁଲରେ ତାଙ୍କ ନାକର ପୁଲକୁ କାଟି ଦେଇଥିଲେ। ଫଳରେ ତାଙ୍କ ଚେହେରା ବଦଳି ଯାଇଥିଲା। ଏଇଥିପାଇଁ ତାଙ୍କୁ ୩ଟି ଫିଲ୍ମରୁ ବାହାର କରି ଦିଆଯାଇଥିଲା। ସେତେବେଳେ ସେ ଡରି ଯାଇଥିଲେ କି ତାଙ୍କ ଆକ୍ଟିଂ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହୁଏତ ଶେଷ ହୋଇଯିବ।
ହେଲେ ଏହି ସମୟରେ ତାଙ୍କୁ ବଡ ସପୋର୍ଟ ଦେଇଥିଲେ ତାଙ୍କ ପିତା ସ୍ବର୍ଗତ ଅଶୋକ ଚୋପ୍ରା। ସେ ଭାରତୀୟ ସେନାରେ ଜଣେ ଡାକ୍ତର ଥିଲେ। ଅଶୋକ ହିଁ ଝିଅ ପ୍ରିୟଙ୍କାକୁ କରେକଟିଭ ସର୍ଜରୀ ପାଇଁ କହିଥିଲେ। ଏହାପରେ ସେ ଠିକ ହୋଇଯାଇଥିଲେ। ଆଉ ଆଜି ପ୍ରିୟଙ୍କା କେବଳ ବଲିଉଡ ନୁହେଁ ହଲିଉଡରେ ବି ବେଶ ପରିଚିତ କଳାକାର ପାଲଟି ଯାଇଛନ୍ତି।

Share