Categories: ଜାତୀୟ

ଆଜିଠାରୁ ଦେଶବ୍ୟାପୀ ଅନ୍ଦୋଳନକୁ ଓହ୍ଲାଇବେ ଡାକ୍ତର, ପ୍ରଭାବିତ ହେବ ଓପିଡି ସେବା

ନୂଆଦିଲ୍ଲୀ,୨୭ ।୧୧: ନିଟ ପିଜି ଅର୍ଥାତ୍ ନ୍ୟାଶନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ପୋଷ୍ଟଗ୍ରାଜୁଏଟ(ନିଟ ପିଜି)କାଉନସିଲିଂ ୨୦୨୧ରେ ବାରମ୍ବାର ହେଉଥିବା ବିଳମ୍ବ ଯୋଗୁ ଫେଡେରେଶନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏଶନ ଶନିବାରଠାରୁ ଦେଶବ୍ୟାପୀ ବନ୍ଦ ଡାକଡା ଦେଇଛନ୍ତି । ସଙ୍ଘ ପକ୍ଷରୁ ସମସ୍ତ ଓପିଡି ବନ୍ଦ ରଖିବାକୁ ଆହ୍ୱାନ ଦିଆଯାଇଛି । ଫଳରେ ରାଜଧାନୀ ଦିଲ୍ଲୀରେ ବିଭିନ୍ନ ହସ୍ପିଟାଲର ଯେମିତିକି ରାମ ମନୋହର ଲାଲ ଲୋହିୟା ହସ୍ପିଟାଲ, ଲେଡି ହାର୍ଡିଗ ହସ୍ପିଟାଲ, ବିଏମ୍‌ଏମ୍‌ସି ହସ୍ପିଟାଲ ମଧ୍ୟ ଓପିଡି ବନ୍ଦ ରଖିବ ବୋଲି ସୂଚନା ମିଳିଛି । ସେହିପରି ମୌଲାନା ଆଜାଦ ମେଡିକାଲ କଲେଜ ରେସିଡେନ୍ସ ଡକ୍ଟର୍ସ ଆସେସିଏଶନ ବି ଏହି ଷ୍ଟ୍ରାଇକରେ ସାମିଲ ହେବ ବୋଲି ସ୍ଥିର କରିଛି ।

Share