Categories: ଜାତୀୟ

ଟ୍ରେନି ମହିଳା ଡାକ୍ତରଙ୍କୁ ହତ୍ୟା ଘଟଣା: ରାସ୍ତାରେ ଡାକ୍ତରଙ୍କ ଓପିଡି ସେବା

ନୂଆଦିଲ୍ଲୀ,୧୯ା୮: ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍‌ ଜି କର ମେଡିକାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ତେବେ ଏନେଇ ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି।

Share