ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ଡାକ୍ତରଙ୍କ ପ୍ରତିବାଦ

ସୁନ୍ଦରଗଡ଼,୫।୪(ଡି.ଏନ୍‌.ଏ.): ରାଜସ୍ଥାନରେ ଜଣେ ସ୍ତ୍ରୀ ଓ ପ୍ରସୂତୀ ବିଭାଗର ଡାକ୍ତରଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ପୋଲିସ ମିଥ୍ୟା ହତ୍ୟା ମାମଲା ରୁଜୁ ପରେ ଡାକ୍ତର ଜଣକ ନିଜର ସମ୍ମାନ ଓ ପ୍ରତିଷ୍ଠା ହାନୀ ହେବା ଆଶଙ୍କାରେ ଆତ୍ମହତ୍ୟା କରିଛନ୍ତି। ଏହାର ପ୍ରତିବାଦରେ ଭାରତୀୟ ଚିକିତ୍ସକ ସଂଘ ସୁନ୍ଦରଗଡ ଜିଲା ଶାଖା ପକ୍ଷରୁ ଜିଲା ମୁଖ୍ୟ ଡାକ୍ତରଖାନା ଆଗରେ ମୁହଁରେ କଳାପଟି ପିନ୍ଧି ଓ ହାତରେ ପ୍ଲା କାର୍ଡଧରି ପ୍ରତିବାଦ କରିଥିଲା। ଭାରତୀୟ ଚିକିତ୍ସକ ସଂଘର ସୁନ୍ଦରଗଡ ଜିଲା ସଭାପତି ଦିଲୀପ ଷଡ଼ଙ୍ଗୀ ଓ ସମ୍ପାଦିକା ଡ଼ା. ରୋମା ମହାପାତ୍ରଙ୍କ ନେତୃତ୍ୱରେ ସଦସ୍ୟମାନେ ପ୍ରତିବାଦ କରିଥିଲେ।

Share