ଆରମ୍ଭ ହେଲା ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଭୁବନେଶ୍ୱର (ଆଇଡିଏଫ୍‌ଏଫ୍‌ବି)ର ତୃତୀୟ ସଂସ୍କରଣ ଶୁକ୍ରବାର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ଫିଲ୍ମ ସୋସାଇଟି ଅଫ୍‌ ଭୁବନେଶ୍ୱର (ଏଫଏସ୍‌ବି) ପକ୍ଷରୁ ଆୟୋଜିତ ଏହି ୩ଦିନିଆ ଫେଷ୍ଟିଭାଲରେ ବିଭିନ୍ନ ସ୍ଥାନରୁ ସିନେପ୍ରେମୀ, ନିର୍ମାତାଙ୍କ ଉପସ୍ଥିତି ସହ ବହୁ ଭାଷାର ଫିଲ୍ମ ପ୍ରଦର୍ଶିତ ହେଉଛି।
ଓଡ଼ିଆ ଫିଲ୍ମ ନିର୍ମାତା ଲିପିକା ସିଂ ଦରାଇଙ୍କ ଫିଲ୍ମ ‘ବ୍ୟାକଷ୍ଟେଜ’ ପ୍ରଦର୍ଶନ ସହ ଫେଷ୍ଟିଭାଲ ଆରମ୍ଭ ହୋଇଥିଲା। ଓଡ଼ିଶାର ପପିଟିୟରଙ୍କ (କଣ୍ଢେଇନାଚ କରାଉଥିବା ବ୍ୟକ୍ତି) ଜୀବନ ଏବଂ ସମୟକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଛି। ଏଥିରେ ଗ୍ଲୋଭ୍‌, ଷ୍ଟିଙ୍ଗ ବା ସୂତା, ରଡ଼ ଏବଂ ଛାୟା ଭଳି ଚାରି ପ୍ରକାର ପପେଟ୍ରି (କଣ୍ଢେଇ ନାଚ) ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମଟି ୩୯ତମ ଅସୋଲୋ ଆର୍ଟ ଫିଲ୍ମ ଫେଷ୍ଟିଭାଲ ଇଟାଲୀ ଏବଂ ୫୨ତମ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆ, ଆଇଏଫ୍‌ଏଫ୍‌ଆଇ ସମେତ ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ମନୋନୀତ ହୋଇଛି। ଏହାର ନିର୍ଦ୍ଦେଶକ ଏବଂ ଦର୍ଶକଙ୍କ ମଧ୍ୟରେ ଏକ ପ୍ରତ୍ୟେକ୍ଷ ବାର୍ତ୍ତାଳାପ ସହିତ ଏହାର ସ୍କ୍ରିନିଂ ଆରମ୍ଭ କରାଯାଇଥିଲା। ସେହିଭଳି ଅନ୍ୟ ୬ଟି ଫିଲ୍ମ ମଧ୍ୟ ପ୍ରଦର୍ଶିତ ହୋଇଛି। ଏହି ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ଥୁଭାସରିଙ୍କ ‘ସିଟି ଗର୍ଲସ’, ଯୋଶୁଆ କ୍ୱାଡ୍ରାସଙ୍କ ‘ଆର୍ମାଚ୍ୟୋର୍‌’, କସ୍ତୁରୀ ବାସୁ ଏବଂ ଦ୍ୱୈପାୟନ ବାନାର୍ଜୀଙ୍କ ‘ବିଡ୍‌ ଫର୍‌ ବେଙ୍ଗଲ’, ମଞ୍ଜୁଲ ବରାହଙ୍କ ‘ଏନୋଫୋବିୟା’ ଏବଂ ପ୍ରିୟା ନରେଶଙ୍କ ‘ସ୍ମଲ୍‌ ଟାଇମ୍‌ ସିନେମା’। ସମାନ୍ତରାଳ ସ୍କ୍ରିନିଂ ପାଇଁ ଏହି ସ୍ଥାନରେ ଦୁଇଟି ଜୋନ୍‌ ରହିଛି। ପ୍ରଥମ ଜୋନ୍‌ର ପ୍ରଥମଦିନ ପ୍ରିୟା ଥୁଭାସରିଙ୍କ ଫିଲ୍ମ ‘ସିଟି ଗର୍ଲ’ ସହ ଆରମ୍ଭ ହୋଇଛି। ଏହା ଭାରତର ଛୋଟ ସହରରୁ ଆସି ଦିଲ୍ଲୀରେ ରହୁଥିବା ଦୁଇ ଝିଅଙ୍କ କାହାଣୀ କହିଛି।
ଉଦ୍‌ଘାଟନୀ ଉତ୍ସବରେ ‘କଲର ଅଫ୍‌ ଲାଇଫ୍‌’ର ନିର୍ଦ୍ଦେଶକ ପ୍ରବୀଣ ମୋଚ୍ଛାଲେ, ‘ବ୍ୟାକ୍‌ଷ୍ଟେଜ୍‌’ର ନିର୍ଦ୍ଦେଶିକା ଲିପିକା ସିଂ ଦରାଇ ଏବଂ ‘ଏ ବିଡ୍‌ ଫର୍‌ ବେଙ୍ଗଲ’ର କସ୍ତୁରୀ ବାସୁ ଓ ଦ୍ୱୈପାୟନ ବାନାର୍ଜୀଙ୍କ ସମେତ ଉତ୍ସବର ଆୟୋଜକ ଶିବପଦ ସ୍ବାଇଁ ଦର୍ଶକଙ୍କୁ ସମ୍ବୋଧିତ କରିଥିଲେ। ଉପସ୍ଥିତ ଅତିଥିମାନେ ସିନେମା ଓ ଜୀବନର ସାମ୍ପ୍ରତିକ ଦୃଶ୍ୟରେ ଡକ୍ୟୁମେଣ୍ଟାରି ଫିଲ୍ମର ମହତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri