୨୦୨୦ ରଥଯାତ୍ରାର ହେବ ଡକ୍ୟୁମେଣ୍ଟେଶନ

ପୁରୀ ଅଫିସ,୮ା୭: ଚଳିତବର୍ଷ ରଥଯାତ୍ରା ଏକ ଐତିହାସିକ ଯାତ୍ରା। ରଥ ନିର୍ମାଣଠାରୁ ଆରମ୍ଭ କରି ରଥଯାତ୍ରା ଶେଷ ନିଷ୍ପତ୍ତିରେ ସମ୍ଭବ ହେବା, ସମସ୍ତେ ଏକଜୁଟ ହୋଇ ସେବା କରିବା ତାହା ନିଶ୍ଚିତ ସମସ୍ତଙ୍କ ପାଇଁ ଅନୁକରଣୀୟ। ତେଣୁ ଏହାକୁ ସ୍ମରଣୀୟ କରିବା ପାଇଁ ୨୦୨୦ ରଥଯାତ୍ରାର ଡକ୍ୟୁମେଣ୍ଟେଶନ କରାଯିବ। ଏଥିରେ ଆଲେଖ୍ୟ ସହ ଫଟୋ, ଭିଡିଓ ରଖାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର। ନୀଳାଦ୍ରି ଭକ୍ତ ନିବାସ ପରିସରରେ ମଙ୍ଗଳବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ଏବଂ ଛତିଶା ନିଯୋଗର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ମୁଖ୍ୟ ପ୍ରଶାସକ କହିଥିଲେ, ଏଥିରେ ରଥଯାତ୍ରାର ସମୀକ୍ଷା କରାଯାଇଛି। ସେବାୟତମାନେ ଶୃଙ୍ଖଳାରେ ରଥ ଟାଣିବା ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଭକ୍ତମାନେ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ରଥଯାତ୍ରାରେ ସାମିଲ ସମସ୍ତ ସେବାୟତ, କର୍ମଚାରୀଙ୍କର ଆସନ୍ତା ୧୧, ୧୨, ୧୩ ଓ ୧୪ ତାରିଖରେ ପୁଣିଥରେ କୋଭିଡ୍‌ ଟେଷ୍ଟ କରାଯାଇ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ରିପୋର୍ଟ ଦିଆଯିବ। ସେବାୟତଙ୍କୁ ଆର୍ଥିକ ଦୃଷ୍ଟିକୋଣରୁ ସହାୟତା ଲାଗି ସେବକ କଲ୍ୟାଣ ସବ୍‌ କମିଟି ବୈଠକ ବସି ପଦକ୍ଷେପ ନିଆଯିବ। ଏହାସହ ଏଥର ରଥଯାତ୍ରାରେ ଅଣସେବାୟତ ପ୍ରବେଶର ତଦନ୍ତ ହେବ। ପ୍ରମାଣିତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆସନ୍ତା ବର୍ଷଠାରୁ ରଥ ଉପରକୁ କୌଣସି ସେବାୟତ ମୋବାଇଲ ଫୋନ ନେଇପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।
ଗଜପତି ମହାରାଜା କହିଛନ୍ତି, ଏଥର ରଥଯାତ୍ରା ମହାପ୍ରଭୁ ହିଁ କରାଇଲେ। ବିନା ଭକ୍ତରେ ରଥଯାତ୍ରା ହେଲା, ସେବକମାନେ ରଥ ଟାଣି ଏକ ଅପୂର୍ବ ଦୃଶ୍ୟ ମଧ୍ୟ ଦେଖାଇଲେ। ତେଣୁ ନିର୍ଦ୍ଦେଶ ମାନିଥିବା ଅଗଣ୍ୟ ଭକ୍ତ ଓ ସେବକମାନଙ୍କୁ ଧନ୍ୟବାଦ ଦିଆଗଲା। ଅକ୍ଷୟ ତୃତୀୟାଠାରୁ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦିଗ୍‌ଦର୍ଶନ ଏବଂ ଆଶୀର୍ବାଦ ପ୍ରାପ୍ୟ ହେଲା। ତେଣୁ ଗୁରୁଜୀଙ୍କୁ ସମସ୍ତେ ସାଷ୍ଟାଙ୍ଗ ପ୍ରଣିପାତ ଜଣାଇଛନ୍ତି। ଆଗକୁ ମହାପ୍ରଭୁଙ୍କ ଦୈନିକ ସେବାପୂଜା, ନୀତିକାନ୍ତି କିପରି ଠିକ୍‌ ଭାବେ କରାଯିବ ସେନେଇ ଆଲୋଚନା ହୋଇଛି। ସେବକଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କେତେକ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଯଦି ସେବକମାନେ ଖୁସିରେ ରହି ସେବା ପୂଜା କଲେ ମହାପ୍ରଭୁ ଖୁସି ହେବେ। ନାଗାର୍ଜୁନ ବେଶ ନେଇ କୌଣସି ଆଲୋଚନା ହୋଇ ନଥିବାବେଳେ ସମୟ ପୂର୍ବରୁ ଆଲୋଚନା ହେବ ବୋଲି ଗଜପତି ମହାରାଜା କହିଛନ୍ତି। ବୈଠକରେ ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ କମିଟି ସଦସ୍ୟ, ଅନ୍ୟାନ୍ୟ ଅଧିକାରୀ ଏବଂ ଛତିଶା ନିଯୋଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ କାର ମୁଁହାମୁହିଁ ଧକ୍କା, ଭୟଙ୍କର ଦୂର୍ଘଟଣାରେ ଦୁଇ ମୃତ

ଖୋର୍ଦ୍ଧା,୧୯।୩(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ବଲାଙ୍ଗୀର 57ନଂ ଜାତୀୟ ରାଜପଥର ପିଚୁକୁଳି ଆଦର୍ଶ ବିଦ୍ୟାଳୟ ନିକଟରେ ପୁଣି ଅଘଟଣ । ଯାତ୍ରୀବାହି ବସ ସହ କାର...

ରାଜାଙ୍କୁ ୩ଦିନ ରିମାଣ୍ଡରେ ନେବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୯।୩: ବିଜେଡି ନେତା ରାଜା ଚକ୍ରଙ୍କୁ ୩ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚର ଇଓଡବ୍ଲ୍ୟୁ । ଏନେଇ ଶୁଣାଣି ପାଇଁ କୋର୍ଟରେ ହାଜର ହୋଇଛନ୍ତି ରାଜା ଚକ୍ର...

ବିଦ୍ୟୁତ ବିଭାଗର ମନମୁଖୀ ବିଦ୍ୟୁତ କାଟ୍‌: କାର୍ଯ୍ୟାଳୟ ଘେରାଉ କଲେ ଲୋକେ

କେସିଙ୍ଗା,୧୯।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି। ବିଦ୍ୟୁତ କାଟ୍‌କୁ ବିରୋଧ କରି ପୂର୍ବତନ କାଉନସିଲର ବିଜୟ ଦୀପ ଏବଂ...

ହାଇକୋର୍ଟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ମାମଲା: ସମୟ ନେଲେ ସରକାର

ଭୁବନେଶ୍ୱର,୧୯।୩: ବର୍ଷ ବର୍ଷ ଧରି ବନ୍ଦ ରହିଛି ଆପାର୍ଟମେଣ୍ଟ ପଞ୍ଜୀକରଣ। ବର୍ତ୍ତମାନ ମାମଲା ହାଇକୋର୍ଟରେ ପହଞ୍ଚିଛି। ତେବେ ଜବାବ ଦାଖଲ ପାଇଁ ସମୟ ନେଇଛନ୍ତି ରାଜ୍ୟ...

ତୁଲକି ଉନ୍ମୋଚିତ : ଲେଖକ ସମାଜକୁ ନୂତନ ଦିଗଦର୍ଶନ 

ଭଞ୍ଜନଗର,୧୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ବୁଧବାର ବିଭାଗୀୟ ଅଧ୍ୟାପିକା ରୋଜାଲିନ ମହାରଣାଙ୍କ ପୁସ୍ତକ ତୁଲକି...

ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌, ସରକାର କହିଲେ…

ଭୁବନେଶ୍ୱର,୧୯।୩: ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍‌। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର...

ବରଗଡ଼ରେ ଚାଞ୍ଚଲ୍ୟ: ଯୁବକଙ୍କୁ ହତ୍ୟା, ପୋଲିସର ତନାଘନା ଆରମ୍ଭ

ବରଗଡ଼, ୧୯।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ...

କବିତା ସଂକଳନ ‘ଚୟନିକା’ ଉନ୍ମୋଚିତ

ବରଗଡ, ୧୯ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ସୋମବାର କବି ସୌଭାଗ୍ୟବନ୍ତ ମହାରଣାଙ୍କ ସମ୍ପାଦିତ ଏବଂ କବି ରୋହିତ ଦାଶଙ୍କ ନିର୍ବାଚିତ କବିତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image