Categories: ଜାତୀୟ

ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହେଲା ଦୋଡା: ଡିଜିପି

ଶ୍ରୀନଗର,୨୯।୬: ଜମ୍ମୁ-କଶ୍ମୀରର ଦୋଡା ସମ୍ପୂର୍ଣ୍ଣ ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ସୋମବାର ଘୋଷଣା କରିଛନ୍ତି ଜମ୍ମୁ-କଶ୍ମୀରର ପୋଲିସ ମହା ନିର୍ଦ୍ଦେଶକ ଦିଲବାଗ ସିଂ। ସେଠାରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ମସୁଦଙ୍କ ଏନ୍‌କାଉଣ୍ଟରରେ ମୃତ୍ୟୁ ପରେ ଏହା ଆତଙ୍କବାଦୀ ମୁକ୍ତ ହୋଇଛି ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ, ଅନନ୍ତନାଗର ଖୁଲଚୋହର ଅଞ୍ଚଳରେ ମାସୁଦଙ୍କ ସମେତ ୩ ଆତଙ୍କବାଦୀଙ୍କର ଏକ ଏନ୍‌କାଣ୍ଟରରେ ମୃତ୍ୟୁ ହୋଇଛି। ସୋମବାର ହୋଇଥିବା ଅପରେଶନରେ ୨ ଲଷ୍କର-ଇ-ତଇବାର ଆତଙ୍କବାଦୀ, ଜଣେ ଜିଲା କମାଣ୍ଡର ଓ ମାସୁଦଙ୍କ ମୃତ୍ୟୁ ହୋଇଛି।

Share