Categories: ଜାତୀୟ

କୋଭିଡ୍‌-୧୯ ଔଷଧ ବାଣ୍ଟୁଛନ୍ତି ଗମ୍ଭୀର, ପ୍ରଶ୍ନ ଉଠାଇଲେ ହାଇକୋର୍ଟ

ନୂଆଦିଲ୍ଲୀ,୨୮।୪ : କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଦିଆଯାଉଥିବା ଔଷଧ ବାଣ୍ଟୁଛନ୍ତି ଭାଜପା ଏମ୍‌ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର। ଏହା ଉପରେ ଦିଲ୍ଲୀ ହାଇକୋର୍ଟ କିଛି ପ୍ରଶ୍ନ କରିଛନ୍ତି।

ଏହି ଔଷଧ ପାଇଁ ପ୍ରେସକ୍ରିପଶନ ଦରକାର ନାହିଁ କି? ଏହାକୁ ଜଣେ କେଉଁଭଳି ଅଧିକ ମାତ୍ରାରେ କିଣିପାରିବ? ଏଥି ପାଇଁ ଲାଇସେନ୍ସ ଦରକାର ନାହିଁ ନା କ’ଣ? ବିପିନ ସାଙ୍ଘୀ ଓ ରେଖା ପାଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ପ୍ରଶ୍ନ କରିଛନ୍ତି। ରିପୋର୍ଟ ହେଲା ପରେ ଆମେ ଭାବୁ ଥିଲୁ ଏହା ବନ୍ଦ ହୋଇଯିବ। କିନ୍ତୁ ଏହା ଜାରି ରହିଛି ବୋଲି କହିଛନ୍ତି କୋର୍ଟ।

ଦିଲ୍ଲୀରେ ମହାମାରୀ ଯୋଗୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ କୋର୍ଟ ଗତ ସପ୍ତାହରେ ଶୁଣାଣି କରୁଥିବାବେଳେ ମଧ୍ୟ ଗମ୍ଭୀର କେବଳ ନିଜ ନିର୍ବାଚନ ମଣ୍ଡଳି ପୂର୍ବ ଦିଲ୍ଲୀରେ ମାଗଣାରେ ଔଷଧ ବାଣ୍ଟୁଥିଲେ।

Share