ଭାଜପା ଟିକାକୁ ବିଶ୍ୱାସ ନାହିଁ: ଅଖିଳେଶ

ଲକ୍ଷ୍ନୌ, ୩।୧: କରୋନା ମହାମାରୀ ବିରୋଧରେ ଟିକାକରଣ ଲାଗି ଭାରତ ପ୍ରସ୍ତୁତ ହେଉଥିବାବେଳେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାଜପାର ଏହି ଟିକାକୁ ସେ କଦାପି ବିଶ୍ୱାସ କରିପାରିବେନି ବୋଲି କହି ସମାଲୋଚିତ ହୋଇଛନ୍ତି। ଭାଜପା ଟିକା ନ ନେବା ଲାଗି ସେ ଜନସାଧାରଣଙ୍କୁ ପରାମର୍ଶ ଦେବା ସହ ତାଙ୍କ ଦଳ ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଜିତିଲେ ମାଗଣାରେ ଟିକା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଅଖିଳେଶଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି। ଦେଶର ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ଅପମାନିତ କରିଥିବାରୁ ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ସମାଜବାଦୀ ପାର୍ଟି ଅଧ୍ୟକ୍ଷଙ୍କୁ ସମାଲୋଚନା କରିଥିଲେ।

Share