Categories: ଜାତୀୟ

କରୋନା ସଂକ୍ରମଣରୁ ରକ୍ଷା କରିବନି ଏନ୍‌ ୯୫ ମାସ୍କ

ନୂଆଦିଲ୍ଲୀ,୨୧।୭: କରୋନା ଭାଇରସ ସଂକ୍ରମଣ ପରେ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷ ଭାବେ ଏନ୍‌ ୯୫ ମାସ୍କ ପିନ୍ଧିବା ଭଲ ବୋଲି କୁହାଯାଇଥିଲା। କିନ୍ତୁ ଏବେ ଏନ୍‌ ୯୫ ମାସ୍କକୁ ନେଇ ଏମିତି ଖବର ଆସିଛି ଯାହାକୁ ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗୁଛି। ଏନ୍‌ ୯୫କୁ ନେଇ ସରକାର ଏକ ଆଡଭାଇଜରୀ ଜାରି କରିଛନ୍ତି। ଯେଉଁଥିରେ ଏନ୍‌ ୯୫ ମାସ୍କ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଛି। ଏହା କରୋନା ସଂକ୍ରମଣ ରୋକିବାରେ ଆଦୌ ସକ୍ଷମ ନୁହେଁ ବୋଲି କୁହାଯାଇଛି। ସରକାରଙ୍କ ସ୍ବାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଡା. ରାଜୀବ ଗର୍ଗ କହିଛନ୍ତି ଏନ୍‌ ୫୯ ମାସ୍କ ପିନ୍ଧିବା ଦ୍ୱାରା ଏଥିରେ ଥିବା ବଲ୍କ କରୋନା ଭୂତାଣୁକୁ ବାହାରକୁ ବାହାରିବାକୁ ଦେଇ ନ ଥାଏ। ତେଣୁ ଏହା କରୋନା ସଂକ୍ରମଣକୁ ରୋକିବାକୁ ସମ୍ପୂର୍ଣ୍ଣ ଭାବେ ଫେଲ୍‌ ମାରିଛି । ଏ ସମ୍ପର୍କରେ ରାଜ୍ୟ କେନ୍ଦ୍ର ସରକାରଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ବିଶେଷ ଭାବେ ଯେଉଁ ଏନ୍‌ ୯୫ ମାସ୍କରେ ବଲ୍ବ ଲାଗିଛି ତାକୁ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ସେବା ମନ୍ତ୍ରଣାଳୟ ବାରଣ କରିଛି। ଏହା ପୂର୍ବରୁ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ମଧ୍ୟ ଏନ୍‌ ୯୫ ମାସ୍କ ବ୍ୟବହାର ବଦଳରେ ଥ୍ରୀ ଲେୟାର ମାସ୍କ ବ୍ୟବହାର କରିବାକୁ କହିଛି।

Share