ଯେ କୌଣସି ସମ୍ପର୍କ ହୋଇଥାଉ ନା କାହିଁକି, ଛୋଟ କଥାରେ ତାହା ଭାଙ୍ଗିବାର ସମ୍ଭାବନା ଥାଏ। ବିଶେଷ କରି ସ୍ତ୍ରୀ-ସ୍ବାମୀ ସମ୍ପର୍କକୁ ଶ୍ରେଷ୍ଠ ବୋଲି କୁହାଯାଏ। ଅବିଶ୍ୱାସ, ଅବୁଝାବଣା ଆଦି ଏହି ସମ୍ପର୍କକୁ ଖଟା କରିଦେଇଥାଏ। ତେବେ ଏମିତି କେତେକ ନାମଧାରୀ ଝିଅ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ କେବେହେଲେ ଧୋକା ଦେଇ ନ ଥା’ନ୍ତି। ଏଥିସହ ସବୁ ସୁଖ ଦୁଃଖରେ ତାଙ୍କ ସହ ରହିଥାନ୍ତି।
ଡି ନାମଧାରୀ ଝିଅ: ଏହି ନାମଧାରୀ ଝିଅମାନେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି। ଏମାନେ ଯେତେ ବ୍ୟସ୍ତ ଥିଲେ ମଧ୍ୟ ନିଜ ସାଥୀଙ୍କ ପାଇଁ ସବୁବେଳେ ସମୟ ବାହାର କରିଥାନ୍ତି। ବିଶେଷକରି ଏହି ଝିଅମାନେ ନିଜ ସାଥୀଙ୍କ ପ୍ରତି ଅତ୍ୟନ୍ତ ସଚ୍ଚୋଟ।
ଜି ନାମଧାରୀ ଝିଅ: ଏହି ଝିଅମାନେ ସ୍ବଭାବରେ ବହୁତ ଜିଦ୍ଖୋର। ଏଥିସହ ବହୁ ପରିଶ୍ରମୀ ମଧ୍ୟ। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଏମାନେ ଧାର୍ମିକ ପ୍ରବୃତ୍ତିର। ଏହି ଝିଅମାନେ ଘର, ପରିବାରକୁ ସମ୍ଭାଳିବାରେ ସବୁଠାରୁ ଆଗରେ।
ଏସ୍ ନାମଧାରୀ ଝିଅ: ଏହି ଝିଅମାନେ ନିଜ ଜୀବନସାଥୀଙ୍କୁ ନେଇ ବହୁତ ଗମ୍ଭୀର। ଏମାନେ ବହୁତ ଧୈର୍ଯ୍ୟବତୀ। ଏହି ଝିଅମାନେ ନିଜ ସମ୍ପର୍କ ଏବଂ କ୍ୟାରିୟରକୁ ଭଲ ଭାବେ ତୁଲାଇ ଥାଆନ୍ତି।
ଏମ୍ ନାମଧାରୀ ଝିଅ: ଏହି ନାମଧାରୀ ଝିଅମାନେ ସ୍ବଭାବରେ ଟିକେ ରାଗି। ମାତ୍ର ଏମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଖାଲି ସେତିକି ନୁହେଁ, ଏମାନେ ନିଜ ସାଥୀଙ୍କୁ ବହୁତ ସମ୍ମାନ ମଧ୍ୟ ଦେଇଥାନ୍ତି।