Posted inଫୁରସତ

ଏମିତି ହୋଟେଲ, ନା ଅଛି ଛାତ ନା ପାଚେରି; ତଥାପି କପଲଙ୍କ ପାଇଁ ସବୁଠୁ ପ୍ରିୟ ଏହି ସ୍ଥାନ

ଦୁନିଆରେ ବୁଲିବା ପାଇଁ ଅନେକ ସ୍ଥାନ ରହିଛି। ଯେଉଁଠି କିଛି ସମୟ ଶାନ୍ତିରେ ବିତାଇବାକୁ ଲୋକେ ଯାଇଥାନ୍ତି। ସବୁଠୁ ପସନ୍ଦର ସ୍ଥାନ ହେଲା ସବୁଜ ବନାନୀ ମଧ୍ୟରେ ଥିବା ନିରୋଳା ଜାଗା। ଏହାକୁ କପଲମାନେ ସବୁଠୁ ଅଧିକ ପସନ୍ଦ କରନ୍ତି। ଏଠାରେ କେହି ହଇରାଣ କରିବାକୁ ନ ଥାନ୍ତି। ଏଥିପାଇଁ ଏକ ସୁନ୍ଦର ହୋଟେଲକୁ ବାଛିଥାନ୍ତି। ମାତ୍ର ଆଜି ଏମିତି ଏକ ହୋଟେଲ ବିଷୟରେ କହିବୁ, ଯେଉଁଠି ଛାତ ନାହିଁ କି ପାଚେରି ନାହିଁ। ତଥାପି ଏହା କପଲଙ୍କ ପାଇଁ ସବୁଠୁ ଉତ୍ତମ ସ୍ଥାନ।

ଏହି ହୋଟେଲର ନାମ ହେଉଛି ‘ନଲ୍‌ ଷ୍ଟର୍ନ’। ଏହା ସୁଇଜରଲାଣ୍ଡରେ ଅଛି। ଏହା ଏକ ଓପର ଏୟାର ହୋଟେଲ୍‌। ଯେଉଁଥିରେ କେବଳ କୋଠରି ଅଛି। ଏଠାରେ ରହୁଥିବା ଲୋକଙ୍କୁ ଖୋଲାରେ ଶୋଇବାକୁ ପଡ଼େ। ଜୁଲାଇ ୨୦୧୬ରେ ଏଠାରେ ଗୋଟିଏ ବେଡ୍‌ ସହ ହୋଟେଲଟି ଲଞ୍ଚ୍‌ ହୋଇଥିଲା।

ସମୁଦ୍ର କୂଳରୁ ୬,୪୬୩ ଫୁଟ ଉଚ୍ଚରେ ଥିବା ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ୧୭୦୦୦ ଟଙ୍କା ଦେବାକୁ ପଡ଼ିଥାଏ। ମାତ୍ର ଏଠାରେ ରହିବାକୁ ହେଲେ ଉତ୍ତମ ଋତୁ ଦରକାର। ଠିକ୍‌ ଋତୁ ହେଲେ ବୁକିଂ କ୍ୟାନସେଲ୍‌ କରିଦିଆଯାଏ। ଆର୍ଟିଷ୍ଟ ଫ୍ରେକ୍‌ ଏବଂ ରିକଲିନ୍‌ ଏହି ହୋଟେଲ ନିର୍ମାଣ କରିଛନ୍ତି।

ଏହି ହୋଟେଲରେ ଖୋଲା ଆକାଶ ତଳେ ବେଡ୍‌ ରହିଛି। ଏଠାରେ ଟଏଲେଟ୍‌ ବି ନାହିଁ। ପର୍ଯ୍ୟଟକମାନେ ଏଠାରୁ କିଛି ଦୂରରେ ଥିବା ସାଧାରଣ ଟଏଲେଟ୍‌ ବ୍ୟବହାର କରିଥାନ୍ତି।

ଚତୁଃପାର୍ଶ୍ୱରେ ପାହାଡ଼ ଘେରା ଏହି ସ୍ଥାନ ବହୁତ ସୁନ୍ଦର। ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ପ୍ରଥମେ ବୁକ୍‌ କରିବାକୁ ପଡ଼ିଥାଏ। କରୋନା ମହାମାରୀ ସମୟରେ ବୁକିଂ ବନ୍ଦ କରିଦିଆଯାଇଛି। ଏହାର ସୂଚନା ହେଟେଲର ଅଫିସିଆଲ ଓ୍ବେବ୍‌ସାଇଟ୍‌ରେ ଅପଲୋଡ୍‌ କରିଦିଆଯାଇଛି। ଏଥିରେ ଲେଖାଅଛି, ୨୦୨୧ରେ ହୋଟେଲ ପାଇଁ ବୁକିଂ ହୋଇପାରିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

New Year Party ସମୟରେ ରୁହନ୍ତୁ ସାବଧାନ, ନଚେତ୍‌ ହୋଇପାରେ ଜେଲ

ନୂଆଦିଲ୍ଲୀ,୨୭।୧୨: ନୂଆ ବର୍ଷ ଆସିବ ବୋଲି ଏବେଠାରୁ ଦିନ ଗଣା ଆରମ୍ଭ ହେଲାଣି ଏବଂ ଲୋକମାନେ ମଧ୍ୟ ପାର୍ଟି ପାଇଁ ପ୍ରସ୍ତୁତ ହେଉଛନ୍ତି। ନୂଆ ବର୍ଷରେ,...

Online Fuel Order: ଅଧାରାସ୍ତାରେ ଗାଡିରୁ ତେଲ ସରିଗଲେ ନୋ ଟେନଶନ, ଯେକୌଣସି ସ୍ଥାନରୁ ବି ଅର୍ଡର କରିପାରିବେ ପେଟ୍ରୋଲ

ଯାତ୍ରା ସମୟରେ ଅଧା ରାସ୍ତାରେ ଗାଡରୁ ତେଲ ସରିଗଲେ ଟେନଶନ ବଢିଯାଏ।ବେଶୀ ଅସୁବିଧା ହୁଏ ଯେତେବେଳେ ପାଖରେ କୌଣସି ପେଟ୍ରୋଲ ପମ୍ପ ନ ଥାଏ। ବାଇକ୍‌...

Uber-Rapido: ନିଜ ବାଇକ୍‌ ଲଗାଇ ମାସକୁ ୩୦ହଜାର ରୋଜଗାର କରନ୍ତୁ, ଜାଣନ୍ତୁ କ’ଣ ରହିଛି ପ୍ରକ୍ରିୟା

କିଛି ଚାକିରି ଖୋଜୁଛନ୍ତି କି? କ’ଣ ଆପଣଙ୍କ ପାଖରେ ବାଇକ୍‌ ଅଛି? ତେବେ ନୋ ଟେନଶନ। ବର୍ତ୍ତମାନ ଆପଣ ଏଇ ବାଇକ୍‌ ଦ୍ୱାରା କରିପାରିବେ ମାସକୁ...

ଆଖିରେ କପଡ଼ା ବାନ୍ଧି ସ୍ପିଡ୍‌ ଟାଇପିଂ

ଭୋପାଳ: ଭାରତରେ ପିଲା ହୁଅନ୍ତୁ ଅବା ଯୁବକ, ସମସ୍ତଙ୍କଠାରେ କିଛି ନା କିଛି ପ୍ରତିଭା ରହିଥାଏ। ମଧ୍ୟପ୍ରଦେଶର ରେୱା ଜିଲା ନିବାସୀ ବିକାଶ ତ୍ରିପାଠୀ(୩୦)ଙ୍କର ଏପରି ଏକ...

କେମିତି ହୋଇଥିଲା ସାଣ୍ଟା କ୍ଲଜଙ୍କର ମୃତ୍ୟୁ? ଏହିଠି ପୋତାଯାଇଛି ସମାଧୀ, ଜାଣନ୍ତୁ ତାଙ୍କ ମୃତ୍ୟୁ ରହସ୍ୟ

ନୂଆଦିଲ୍ଲୀ,୨୪।୧୨: ଡିସେମ୍ବର ୨୫ ଅର୍ଥାତ୍‌ ଆସନ୍ତାକାଲି ସାରା ଭାରତରେ ଧୁମଧାମରେ ଖ୍ରୀଷ୍ଟମାସ ପାଳନ କରାଯିବ। କେବଳ ଖ୍ରୀଷ୍ଟିଆନ ଧର୍ମର ଲୋକ ନୁହଁନ୍ତି, ବିଶ୍ୱର ଅନ୍ୟ ଧର୍ମର...

କୋଣାର୍କଠାରେ ନିର୍ମିତ ହୋଇଥିଲା ମହାଶ୍ରମଙ୍କ ବିଜୟୀ-ବିଗ୍ରହ

ଆମେ ଗତସଂଖ୍ୟାରେ ସୂଚନା ଦେଇଥିଲୁ ୧୨୫୫ ମସିହାରେ ପଗଡ଼ି ସଦୃଶ ବାରଟି ମୁକୁଟ ଲାଙ୍ଗୁଳା ନରସିଂହଙ୍କ ଆଦେଶରେ ଶ୍ରୀପୁରୁଷୋତ୍ତମ କୋଷାଗାରକୁ ଅର୍ଥାତ୍‌ ଶ୍ରୀମନ୍ଦିର ଭଣ୍ଡାରକୁ ପଠାଯାଇଥିଲା।...

୫ ହଜାର କୋଟିର ବିବାହ! କିଏ ସେହି ଲୌରେନ ସାଞ୍ଚେଜ? ଯିଏ ହେବେ Jeff Bezosଙ୍କ ସହଧର୍ମିଣୀ

ମେକ୍ସିକୋ ସିଟି,୨୩।୧୨: ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସ ଖୁବ ଶୀଘ୍ର ତାଙ୍କ ପ୍ରେମିକା ଲୌରେନ ସାଞ୍ଚେଜଙ୍କ ସହ ବିବାହ...

ଲୋକଙ୍କ ଭାବନା ଜାଣିପାରିବ ରୋବୋ

ଟୋକିଓ, ୨୩।୧୨: ଭବିଷ୍ୟତରେ ରୋବୋମାନେ କେବଳ ମଣିଷର ଚର୍ମକୁ ସ୍ପର୍ଶ କରି ସେମାନଙ୍କ ଭାବାବେଗ ଜାଣିବାକୁ ସକ୍ଷମ ହେବେ। ‘ଆଇଇଇଇ ଆକ୍ସେସ୍‌’ ଜର୍ନାଲରେ ଏନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri