ବିବାହ କରି ମହିଳା ପ୍ରଶଂସକଙ୍କ ହୃଦୟକୁ ଭାଙ୍ଗିବାକୁ ଚାହୁଁନାହିଁ: ପ୍ରଭାସ

ହାଇଦ୍ରାବାଦ: ଚଳଚ୍ଚିତ୍ର ‘କଳ୍କି ୨୮୯୮ ଏଡି’ ପାଇଁ ଦକ୍ଷିଣ ଭାରତୀୟ ଅଭିନେତା ପ୍ରଭାସ ଏବେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମକୁ ପ୍ରଭାସଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ତେବେ ପ୍ରଭାସ ପ୍ରାୟତଃ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କ ପ୍ରେମସମ୍ପର୍କକୁ ନେଇ ପୂର୍ବରୁ ଅନେକ ଆଲୋଚନା ହୋଇଛି। ଗତ କିଛିଦିନ ଧରି ପ୍ରଭାସଙ୍କ ବିବାହକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା। ସେ ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ପ୍ରଭାସଙ୍କ ପକ୍ଷରୁ ଏ ସମସ୍ତ ରିପୋର୍ଟକୁ ଖଣ୍ଡନ କରାଯାଇଛି।
ସୋସିଆଲ ମିଡିଆରେ ନିଜ ବିବାହ ଖବରକୁ ନେଇ ପ୍ରଭାସ ତାଙ୍କ ନୀରବତାକୁ ଭାଙ୍ଗିଛନ୍ତି। ସେ ଏତେଶୀଘ୍ର ବିବାହ କରିବେ ନାହିଁ ବୋଲି କହିଛନ୍ତି। ବିବାହ କରି ସେ ତାଙ୍କ ମହିଳା ପ୍ରଶଂସକଙ୍କ ଭାବନାକୁ ଆଘାତ ଦେବାକୁ ଚାହୁଁ ନ ଥିବା ପ୍ରଭାସ କହିଛନ୍ତି। ତେଣୁ ଏବେ ସେ ତାଙ୍କ ଚଳଚ୍ଚିତ୍ର ଏବଂ କାର୍ଯ୍ୟ ଉପରେ ବିଶେଷ ଧ୍ୟାନ ଦେବେ ବୋଲି କହିଛନ୍ତି।

ପୂର୍ବରୁ ପ୍ରଭାସ ଓ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଛି। ‘ବାହୁବଳି’ ଫିଲ୍ମର ଶୁଟିଂ ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନେଇ ବିଭିନ୍ନ ଖବର ସାମ୍‌ନାକୁ ଆସିଥିଲା। କିନ୍ତୁ ସେତେବେଳେ ପ୍ରଭାସ ଅନୁଷ୍କାଙ୍କ ସହ ତାଙ୍କର ସମ୍ପର୍କକୁ କେବଳ ବନ୍ଧୁତା ବୋଲି କହିଥିଲେ। ସେହିପରି ‘ଆଦିପୁରୁଷ’ ଫିଲ୍ମର ଶୁଟିଂ ସମୟରେ ଅଭିନେତ୍ରୀ କ୍ରିତି ସାନନ୍‌ଙ୍କ ସହ ପ୍ରଭାସଙ୍କ ପ୍ରେମସମ୍ପର୍କ ଥିବା ଏବଂ ଉଭୟେ ବିବାହ କରିବା ନେଇ ଅନେକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାମିଲି ଫଙ୍କସନରେ ଏକାଠି ନଜର ଆସିଲେ ଐଶ୍ୱର୍ଯ୍ୟା-ଅଭିଷେକ, ଭିଡିଓ ଦେଖି…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ବଲିଉଡର ପାୱାର କପଲଙ୍କ ମଧ୍ୟରୁ ଜଣେ। ଗତ ପ୍ରାୟ ଏକ ବର୍ଷ ଧରି ଏହି ଦମ୍ପତି ସେମାନଙ୍କ...

IPLରେ ବିକ୍ରି ନ ହୋଇ ବି କୋଟି କୋଟି ରୋଜଗାର କଲେ ଓ୍ବାର୍ନର; ଫିଲ୍ମ ‘ରବିନହୁଡ୍‌’ ପାଇଁ ମିଳିଛି…

ହାଇଦ୍ରାବାଦ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍‌ ଓ୍ବାର୍ନର ଭାରତକୁ ବହୁତ ଭଲ ପାଆନ୍ତି। ବିଶେଷକରି ଭାରତର ଲୋକ, ସଂସ୍କୃତି ଏବଂ ସିନେମା ତାଙ୍କୁ ପସନ୍ଦ। ଏଥିନେଇ...

ପୁଣି ପ୍ରେମରେ ପଡ଼ିଛନ୍ତି ଅନନ୍ୟା ପାଣ୍ଡେ, ଏଥର ମନ ଚୋରି କରିଛନ୍ତି…

ମୁମ୍ବାଇ: ପୁଣିଥରେ ପ୍ରେମରେ ପଡ଼ିଛନ୍ତି ବଲିଉଡର ଚୁଲବୁଲି ନାୟିକା ଅନନ୍ୟା ପାଣ୍ଡେ। ଅଭିନେତା ଆଦିତ୍ୟ ରୟ କପୁରଙ୍କ ସହ ବ୍ରେକ୍‌ଅପ୍‌ ହେବା ପରେ ସିଙ୍ଗଲ୍‌ ବୋଲି...

Sikandar Advance Booking: ଆରମ୍ଭ ହେଲା ସଲମାନଙ୍କ ମୁଭି ‘ସିକନ୍ଦର’ର ଆଡଭାନ୍ସ ବୁକିଂ

ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ପାଇଁ ଦର୍ଶକେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମର ଟ୍ରେଲର ଦେଖିବା ପରେ, ପ୍ରଶଂସକମାନେ...

୬୦ ବର୍ଷ ବୟସରେ ୟୁଟ୍ୟୁବ୍‌ ଚ୍ୟାନେଲ ଲଞ୍ଚ କଲେ ଆମିର

ମୁମ୍ବାଇ: ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାନ୍‌। ପୂର୍ବରୁ ତାଙ୍କର କୌଣସି ବ୍ୟକ୍ତିଗତ ସୋସିଆଲ ମିଡିଆ ଆକାଉଣ୍ଟ ନ ଥିଲା। ହେଲେ ଏବେ...

ଐଶ୍ୱର୍ଯ୍ୟାଙ୍କ କାରକୁ ଧକ୍କା ଦେଲା ବସ୍, ଭିଡିଓ ଭାଇରାଲ୍: ଲୋକେ କହିଲେ- ‘ଯଦି ଜୟା ବଚ୍ଚନ ସେଠାରେ ଥାଆନ୍ତେ…’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କାରକୁ ଏକ ବସ୍ ଧକ୍କା ଦେଇଛି। ବସ୍ ସହ ଧକ୍କା ହେବା ଯୋଗୁଁ ଐଶ୍ୱର୍ଯ୍ୟା ରାୟଙ୍କ କାର...

ହାଇଦ୍ରାବାଦର ଜ୍ୱାଇଁ ହେବାକୁ ଯାଉଛନ୍ତି ପ୍ରଭାସ, ହେଲା ବିବାହ ପକ୍କା !

ହାଇଦ୍ରାବାଦ: ଟଲିଉଡ୍‌ ଷ୍ଟାର ପ୍ରଭାସ ‘ମୋଷ୍ଟ ଏଲିଜିବୁଲ୍‌ ବ୍ୟାଚେଲର’ ମଧ୍ୟରୁ ଜଣେ। ପ୍ରାୟତଃ ତାଙ୍କର ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଥାଏ। ସହ ଅଭିନେତ୍ରୀ...

ସରନେମ ବଦଳାଇ ଚର୍ଚ୍ଚାକୁ ଆସିଲେ ରାଜ ବବରଙ୍କ ପୁଅ

ମୁମ୍ବାଇ: କିଛିଦିନ ହେବ ଅଭିନେତା ଏବଂ ରାଜନେତା ରାଜ ବବର ଏବଂ ତାଙ୍କ ପୁଅ ପ୍ରତୀକଙ୍କ ମଧ୍ୟରେ ସମ୍ପର୍କ ନାହିଁ ବୋଲି କୁହାଯାଉଛି। ହଁ, ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image