ମାତ୍ର ୨ ଦିନର କଅଁଳ କୁନି ବାଛୁରୀ ମାଆ ସ୍ନେହରୁ ବଞ୍ଚିତ ଥିଲା । ଏବେ ସେହି କୁନି ବାଛୁରୀଟି ରଶ୍ମି ରଞ୍ଜନ ସ୍ୱାଇଁଙ୍କ ଘରେ ରହୁଛି । ରଶ୍ମି ରଞ୍ଜନ ନିଜ ଘରେ ୨ଟି କୁୂକୁର ଗୋଟିଏ ଠେକୁଆ ଆଉ ଏହି କୁନି ବାଛୁରୀକୁ ରଖିଛନ୍ତି । ଯେତେ ଯୁଆଡେ ଗଲେ ବି ବାଛୁରୀଟି ସବୁ ବେଳେ କୁକୁରକୁ ହିଁ ଖୋଜେ। କାହିଁକି ନା ବାଛୁରୀ ଭାବି ନେଇଛି କୁକୁର ହିଁ ହେଉଛି ତାର ମାଆ ।