ଧରଓ୍ବାଡ୍(କର୍ନାଟକ),୧୧ା୧: କର୍ନାଟକର ଧରଓ୍ବାଡ୍ ଜିଲାରେ ମଙ୍ଗଳବାର ଜଣେ ନିରାଶ୍ରୟା ମହିଳାଙ୍କୁ କୁକୁର ଝୁଣି ମାରିଦେଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ସେ ମଙ୍ଗଳବାର ସକାଳେ ଉପିନା ବେଟାଗେରି ଖବରସ୍ଥାନ ଗ୍ରାମରେ ଭିକ୍ଷା ମାଗିଥିଲେ। ପରେ ସେ ଗାଁର ଏକ ଘର ନିକଟରେ ଶୋଇଥିବାବେଳେ ପଲେ କୁକୁର ତାଙ୍କୁ ଆକ୍ରମଣ କରିଥିଲେ। ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ମହିଳାଙ୍କ ଶେଷକୃତ୍ୟ ବ୍ୟବସ୍ଥା କରିଛନ୍ତି। ଉକ୍ତ ଅଞ୍ଚଳରେ କୁକୁରମାନଙ୍କ ଦୌରାତ୍ମ୍ୟ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇ ନ ଥିବାରୁ ଗ୍ରାମବାସୀ ନିନ୍ଦା କରିଛନ୍ତି।