Categories: ଫୁରସତ

ବର୍ଷକୁ ୮ କୋଟି ରୋଜଗାର କରୁଛି କୁକୁର

ନୂଆଦିଲ୍ଲୀ: ଲୋକେ ଅଧିକ ଟଙ୍କା ରୋଜଗାର କରି କୋଟିପତି ହେବାକୁ ଚାହୁଁଛନ୍ତି। ହେଲେ ଆଜିକାଲି ଟଙ୍କା ରୋଜଗାର କରିବା ବହୁତ କଷ୍ଟ ହୋଇଗଲାଣି। ଅନେକ ଲୋକ ଘର ଛାଡ଼ି ବାହାରକୁ ଦାଦନ ଖଟିବାକୁ ଗଲେ ମଧ୍ୟ ଭଲରେ ଚଳିପାରୁ ନାହାନ୍ତି। ନିକଟରେ ଜଣେ ମହିଳା ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ଏକ କୁକୁର ରଖିଛନ୍ତି, ଯାହା ଭରସାରେ ସେ ବର୍ଷକୁ କୋଟିକୋଟି ଟଙ୍କା ରୋଜଗାର କରୁଛନ୍ତି। କର୍ଟନୀ ବଡ଼ଜିନ୍‌ ନାମ୍ନୀ ଜଣେ ମହିଳା ଟକ୍କର ଏବଂ ଟୋଡ୍‌ ନାମକ ୨ଟି କୁକୁରର ମାଲିକାଣୀ ଅଟନ୍ତି। ତାଙ୍କ କୁକୁର ଟକ୍କର ଗୋଲ୍ଡେନ ରେଟ୍ରିଭର ପ୍ରଜାତିର । କର୍ଟନୀ ଜଣେ ସୋସିଆଲ ଇନ୍‌ଫ୍ଲୁଏନସର ହୋଇଥିବାବେଳେ ତାଙ୍କୁ ଇନ୍‌ଷ୍ଟାଗ୍ରାମ୍‌ରେ ୫ ଲକ୍ଷ ଲୋକ ଫଲୋ କରନ୍ତି। କିନ୍ତୁ ଟକ୍କରକୁ ଇନ୍‌ଷ୍ଟାଗ୍ରାମ୍‌ରେ ୩୪ ଲକ୍ଷ ଲୋକ ଫଲୋ କରନ୍ତି। ଟକ୍କରକୁ ଏତେ ଲୋକ ଫଲୋ କରୁଥିବାରୁ କର୍ଟନୀଙ୍କୁ ଏଥିରେ ଫାଇଦା ହୋଇଥାଏ। ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି, ସେ ଆଉ ତାଙ୍କ ସ୍ବାମୀ ମାଇକ୍‌ ଟକ୍କର ଜରିଆରେ ବହୁ ଟଙ୍କା ରୋଜଗାର କରୁଛନ୍ତି। ସେ ୟୁଟ୍ୟୁବରେ ଟକ୍କର ଭିଡିଓ ପାଇଁ ୩୩ ଲକ୍ଷରୁ ୪୯ ଲକ୍ଷ ଚାର୍ଜ କରନ୍ତି। ଅନ୍ୟପଟେ ଇନ୍‌ଷ୍ଟାଗ୍ରାମ୍‌ ପାଇଁ ସେ ୧୬ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି। ଏହିପରି ତାଙ୍କ ରୋଜଗାର ବର୍ଷକୁ ୮ କୋଟି ହୋଇଯାଏ। ତେବେ କର୍ଟନୀ ପୂର୍ବରୁ ଜଣେ ସଫେଇ କର୍ମଚାରୀ ଏବଂ ମାଇକ୍‌ ଜଣେ ମେକାନିକାଲ ଇଞ୍ଜିନିୟର ଥିଲେ। ୨୦୧୮ରେ ଟକ୍କରର ଜନ୍ମକୁ ୮ ସପ୍ତାହ ହୋଇଥିବାବେଳେ ସେମାନେ ତାକୁ ନିଜ ସହ ନେଇଯାଇଥିଲେ। ପରେ ସେମାନେ ଟକ୍କରର ଏକ ଇନ୍‌ଷ୍ଟାଗ୍ରାମ ପେଜ କରିଥିଲେ। ଟକ୍କର ୬ ମାସର ହେବା ବେଳକୁ ତା’ର ପ୍ରଥମ ଭିଡିଓ ସେମାନେ ସେହି ପେଜ୍‌ରେ ଛାଡ଼ିଥିଲେ। ଏହାପରେ ଟକ୍କରର ଏକ ଛୁଆ ‘ଟୋଡ୍‌’ ହେଲା। ଟକ୍କରର ଫଲୋୟର୍ସ ବଢିବା ସହ ରୋଜଗାର ମଧ୍ୟ ହେଲା। ଏଥିରେ କର୍ଟନୀ ଏବଂ ମାଇକ୍‌ ନିଜ ନିଜ ଚାକିରି ଛାଡ଼ିଦେଇ ଟକ୍କର ଏବଂ ଟୋଡ୍‌ର ଯତ୍ନ ନେବାକୁ ଲାଗିଲେ।

 

Share