କେନ୍ଦୁଝର,୨୮।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା ପରିସରରେ ଶନିବାର ଏକ ଅଭାବନୀୟ ଗଟଣା ଘଟିଛି। ଏକ ବୁଲା କୁକୁର ଏକ ଶିଶୁର ମୃତ ଦେହକୁ ଟାଣି ଟାଣି ଖାଇବା ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ମୃତ ଶିଶୁଟି କାହାର ଏବଂ ମୃତଦେହ ସେଠାକୁ କିପରି ଆସିଲା ତାହା ସଠିକ୍ ଜଣାପଡ଼ି ନାହିଁ। ଏ ନେଇ ସିଡିଏମଓ ଡାକ୍ତର କେ. ସି . ପୃଷ୍ଟି କହିଛନ୍ତି ଯେ, ଗତ ୨୬ ତାରିଖରେ ଜଣେ ମହିଳା ମୃତ ଶିଶକୁ ଜନ୍ମ ଦେବାପରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା। ସେ ବୋଧ ହୁଏ ଆହାର କେନ୍ଦ୍ର ନିକଟରେ ଶିଶୁଟିକୁ ଫିଙ୍ଗି ଚାଲି ଯାଇଥିଲେ।