Categories: ଜାତୀୟ

ଶିଶୁ ମୃତଦେହ ଖାଇଲା କୁକୁର

ଭୋପାଳ,୧୮।୧୧: ମଧ୍ୟପ୍ରଦେଶର ଅଶୋକନଗର ଜିଲା ହସ୍ପିଟାଲ ବାହାରେ ନବଜାତ ଶିଶୁର ମୃତଦେହକୁ କୁକୁର ଖାଉଥିବା ଦେଖିବାକୁ ମିଳିଛି। ହୃଦୟ ବିଦାରକ ଘଟଣା ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଜଣେ ସଫେଇ କର୍ମଚାରୀ ହସ୍ପିଟାଲ ବାହାରେ ଏକ ବୁଲା କୁକୁର ନବଜାତ ଶିଶୁର ମୃତଦେହ ଖାଉଥିବା ଦେଖିବାକୁ ପାଇଥିଲେ।

ସିଭିଲ ସର୍ଜନ ଡ. ଡି କେ ଭାରଗଭ କହିଛନ୍ତି, ଆମକୁ ସକାଳେ ଏ ସଂକ୍ରାନ୍ତରେ ସୂଚନା ମିଳିଥିଲା। ଏବେ ଶିଶୁର ମୃତଦେହ ପୋଷ୍ଟ ମର୍ଟମ ରୁମ୍‌ରେ ସୁରକ୍ଷିତ ଅଛି। ଏ ସଂକ୍ରାନ୍ତରେ ଆମେ ପୋଲିସକୁ ମଧ୍ୟ ଜଣାଇଛୁ। ପରିବାରବର୍ଗ ମୃତ ନବଜାତ ଶିଶୁଙ୍କୁ ଠିକ୍‌ ଭାବେ ପୋତନ୍ତି ନାହିଁ। ସେମାନେ ମୃତଦେହକୁ ପରିତ୍ୟକ୍ତ ସ୍ଥାନରେ ଛାଡ଼ି ଦିଅନ୍ତି। ତେବେ ଏହି ଜିଲା ହସ୍ପିଟାଲ ବାହାରେ ଗତବର୍ଷ ଅଗଷ୍ଟରେ ମଧ୍ୟ ସମାନ ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ଏହା ଚତୁର୍ଥ ଘଟଣା।

Share