Advertisement
Categories: ଫୁରସତ

ବ୍ରେନ୍‌ ସର୍ଜରି ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ମାଲିକ: ଗେଟ୍‌ ବାହାରେ ଗୋଟିଏ ସପ୍ତାହ ଅପେକ୍ଷା କଲା କୁକୁର

କୁକୁର ସବୁଠାରୁ ବିଶ୍ୱସ୍ତ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀର ଇସ୍ତାନବୁଲରେ। ଜଣେ ବ୍ୟକ୍ତିଙ୍କ ପୋଷା କୁକୁର ତାଙ୍କୁ ହସ୍ପିଟାଲ ବାହାରେ ଏକ ସପ୍ତାହ ଅପେକ୍ଷା କରି ରହିଥିଲା। ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ମସ୍ତିଷ୍କ ଅସ୍ତ୍ରୋପଚାର ପାଇଁ ୧୪ ଜାନୁୟାରୀରେ କୁକୁରର ମାଲିକ ସେମଲ ସେଣ୍ଟୁର୍କ (୬୮)ଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ବୋନକକ ନାମକ ଏକ ଛୋଟ, ମିଶ୍ରିତ ପ୍ରଜାତିର କୁକୁରର ତାଙ୍କୁ ମେଡିକାଲ ବାହାରେ ଅପେକ୍ଷା କରି ରହିଲା। କୁକୁରର ବିଶ୍ୱସ୍ତତା ଦେଖି ଡାକ୍ତରଖାନାର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ପରେ ସେମାନେ ମାଲିକଙ୍କୁ ଭେଟିବା ପାଇଁ କୁକୁରକୁ ଅନୁମତି ଦେଇଥିଲେ।
ମାଲିକଙ୍କୁ ମେଡିକାଲ ଆଣିବା ସମୟରେ କୁକୁର ଆମ୍ବୁଲାନ୍ସ ପିଛା କରି ମେଡିକାଲରେ ପହଞ୍ଚି ଯାଇଥିଲା। ପରେ କୁକୁରଟି ନିୟମିତ ଡାକ୍ତରଖାନାକୁ ଆସିବା ଆରମ୍ଭ କରିଥିଲା। ଡାକ୍ତରଖାନା କର୍ମଚାରୀ ତାଙ୍କୁ ଖାଇବାକୁ ଦେଉଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share