କୁକୁର ଟାଣି ନେଲା ମୃତଦେହ: ଶ୍ମଶାନରେ ଏଭଳି ଦୃଶ୍ୟ…

ଗାଜିଆବାଦ୍‌,୨୭।୪: କରୋନା ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ଅନ୍ତିମ ସଂସ୍କାର ଲାଗି ଶ୍ମଶାନରେ ସମସ୍ୟା ସୃଷ୍ଟି ହୋଇଛି। ଏପରସ୍ଥେଳେ ଉତ୍ତରପ୍ରଦେଶ ଗାଜିଆବାଦ୍‌ସ୍ଥିତ ହିଣ୍ଡନ ଶ୍ମଶାନରେ କୁକୁର ଜଣେ କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଟାଣି ନେଉଥିବାରୁ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ମୃତକ ଜଣକ ଜିଲା ବିଚାରପତିଙ୍କ ସୁରକ୍ଷାକର୍ମୀ ବୋଲି କୁହାଯାଉଛି। ତାଙ୍କ ପୁଅ ପିତାଙ୍କ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନକୁ ଆଣିଥିଲେ। ତେବେ ଦେହ ଖରାପ ଲାଗିବାରୁ ସେ ଗଛ ଛାଇରେ ବସି ପଡ଼ିଥିଲେ। ମୃତଦେହ ପାଖରେ କେହି ନ ଥିବା ଦେଖି କୁକୁର ମୃତଦେହକୁ ଟାଣି ନେଇ କାମୁଡ଼ି ଖଣ୍ଡିଆ କରିବା ଆରମ୍ଭ କରିଥିଲେ। ପରିବାର ସଦସ୍ୟମାନେ ପାଟି କରିବାରୁ କୁକୁର ମୃତଦେହକୁ ଛାଡି ପଳାଇଥିଲେ। ତିନି ଘଣ୍ଟାପରେ ସନ୍ଧ୍ୟାରେ ମୃତକଙ୍କର ଅନ୍ତିମ ସଂସ୍କାର ହୋଇଥିଲା।

Share