Advertisement
Categories: ଫୁରସତ

ଘୋଡ଼ାକୁ ଟାଣି ନେଉଛି କୁକୁର, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସବୁ ଭାଇରାଲ ହୋଇଥାଏ। ଯାହାକି ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଏକ କୁକୁର ଘୋଡ଼ାଟିକୁ ଦଉଡ଼ି ବାନ୍ଧି ଟାଣି ଟାଣି ନେଉଛି।

ଏକ ଧୂସର ରଙ୍ଗର କୁକୁର ମୁହଁରେ ଦଉଡ଼ିଟିକୁ କାମୁଡ଼ି ଧରି ଘୋଡ଼ାକୁ ଟାଣି ନେଉଛି। ଘୋଡ଼ା ବି କୁକୁରର କଥା ମାନି ତା’ ପଛେ ପଛେ ଚାଲୁଛି। କୁକୁର-ଘୋଡ଼ାର ଏହି ବନ୍ଧୁତାକୁ ଲୋକେ ଖୁବ୍‌ ପସନ୍ଦ କରିଛନ୍ତି। ୟୁଜରମାନେ କହିଛନ୍ତି, ବନ୍ଧୁ ହେବ ତ ଏମିତି। କିଛି ଲୋକ ଭିଡିଓଟିକୁ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share