ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିଲା କୁକୁର

ପୁରୀ,୧୭।୧୨: ପୁରୀ ଜିଲା ହସ୍ପିଟାଲରେ ଦିନକୁ ଦିନ ବଢୁଛି ବୁଲା କୁକୁରଙ୍କ ପ୍ରାଦୁର୍ଭାବ। କୁକୁର ମେଡିକାଲରେ ଅବାଧରେ ପଶି ବେଡ୍‌ରେ ଶୋଉଛନ୍ତି। ଏପରିକି ଏକ କୁକୁର ମେଡିକାଲ ୱାର୍ଡରୁ ରକ୍ତ ସଂଗ୍ରହ କିଟ୍‌ ଧରି ଦଉଡ଼ିବା ଘଟଣା ଏବେ ସାମ୍ନାକୁ ଆସିଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ୱାର୍ଡରେ ରୋଗୀ ଭୟଭୀତ ଅବସ୍ଥାରେ ରହୁଛନ୍ତି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Share