ସୀମାରେ କୁକୁର ରୋବଟ ଚଳାଇବ ଗୁଳି…

ଓ୍ବାଶିଂଟନ, ୫।୨ : ଖୁବ୍‌ ଶୀଘ୍ର ଆମେରିକା ସୀମା ସୁରକ୍ଷା ଦାୟିତ୍ୱ ରୋବଟ କୁକୁରକୁ ପ୍ରଦାନ କରାଯିବ। ଏହି କୁକୁର ସୀମାରେ ପାଟ୍ରୋଲିଂ କରିବା ସହିତ ଆବଶ୍ୟକ ପଡ଼ିଲେ ଶତ୍ରୁ ଉପରକୁ ଗୁଳି ମଧ୍ୟ ଚଳାଇବ। ମେକ୍ସିକୋ ସୀମାର ଦକ୍ଷିଣ ପ୍ରାନ୍ତରେ ଏହାକୁ ମୁତୟନ କରାଯିବା ଲାଗି ଯୋଜନା କରାଯାଉଛି।

ଏହା ଘୋଷ୍ଟ ରୋବଟିକ୍ସ୍‌ର ଲୋକପ୍ରିୟ ମଡେଲ। ଏହା ୨.୫ ଫୁଟ ଉଚ୍ଚ, ଏହାର ଘୋଷ୍ଟ ଭିଜନ୍‌ ୬୦ ମିଟର ରହିଛି। ଏହାର ଓଜନ ୩୨ କିଲୋଗ୍ରାମ୍‌ । ଥରେ ଏହାର ବ୍ୟାଟେରୀ ଚାର୍ଜ କଲେ ଏହା ୩ ଘଣ୍ଟାରେ ସାଢ଼େ ୭ ମାଇଲ୍‌ ବାଟ ଯାଇ ପାରିବ। ଏଥିରେ ଥର୍ମାଲ୍‌ ଉପକରଣ ସହିତ ନାଇଟ୍‌ ଭିଜନ କ୍ୟାମେରା ମଧ୍ୟ ରହିଛି। ସମ୍ପ୍ରତିି ଏହା ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଜାରି ରହିଛି।

Share