ମେକ୍ସିକୋ,୧।୧୧: ମେକ୍ସିକୋ ସହରରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଏକ କୁକୁର ମଣିଷ କଟାମୁଣ୍ଡ ଧରି ରାସ୍ତାରେ ଦୌଡୁଛି। ଯାହାକୁ ଦେଖିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଏକ ରିପୋର୍ଟ ଅନୁଯାୟୀ, ଗତ ସପ୍ତାହରେ ଏହି ଘଟଣା ଘଟିଥିଲା। କୁକୁରଟି ଉତ୍ତର ମେକ୍ସିକୋର ଜେକାଟେକାସ ରାଜ୍ୟରେ ଥିବା କ୍ରାଇମବ୍ରାଞ୍ଚରୁ କଟାମୁଣ୍ଡଟି ଉଠାଇ ଆଣିଥିବା ଜଣାପଡିଛି। ଅନ୍ୟପକ୍ଷେ କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷ କହିଛନ୍ତି ଯେ, ବିଚ୍ଛିନ୍ନ ହୋଇଥିବା ମୁଣ୍ଡଟି ମୋଣ୍ଟେ ଏସ୍କୋବେଡୋ ସହରର ଏକ ସ୍ବୟଂଚାଳିତ ଟେଲର୍ ବୁଥ୍ରେ ଛାଡି ଦିଆଯାଇଛି। ଏଥିସହ ଚେତାବନୀ ସଙ୍କେତ ଦେଇ କୁହାଯାଇଛି ଯେ, ପରବର୍ତ୍ତୀ ମୁଣ୍ଡ ତୁମର। ଜଣେ ଆଇନଜୀବୀଙ୍କୁ ଭୋକିଲା କୁକୁର ପାଟିରୁ ଉକ୍ତ ମୃତଦେହର ମୁଣ୍ଡକୁ କାଟିବାକୁ ପଡିଛି। ଅନ୍ୟପଟେ,ଏହା ନିଜ ପ୍ରତିଦ୍ୱନ୍ଦୀମାନଙ୍କୁ ଚେତାବନୀ ଓ ଭୟଭୀତ କରାଇବା ପାଇଁ ଏଭଳି ଏକ ବାର୍ତ୍ତା ଦିଆଯାଇଛି ବୋଲି ଅଧିକାରୀମାନେ ବିଶ୍ୱାସ କରୁଛନ୍ତି। ତେବେ , ଏ ପର୍ଯ୍ୟନ୍ତ ମୃତଦେହ ଚିହ୍ନଟ କରାଯାଇ ନ ଥିବା ବେଳେ ଶରୀର ଅନ୍ୟ ଅଂଶ ମଧ୍ୟ ମିଳିନାହିଁ।
Yo Wtf!!!😨😨😨😨 https://t.co/iBnQmEkudK
— Yash यश ਯਸ਼ یش (@Yash_Dehlvi_) November 1, 2022