କାର ଚଲାଇ ଖାଲରେ ପକାଇ ଦେଲା କୁକୁର

 

ଅଣ୍ଟାରିଓ(କାନାଡା): କୁକୁର ମିଣିଷର ସର୍ବୋତ୍ତମ ବନ୍ଧୁ । କିନ୍ତୁ ସେମାନଙ୍କ ଡ୍ରାଇଭିଂ ଦକ୍ଷତା ଥିବା କହିଲେ, କେହି ବିଶ୍ୱାସ କରିବେ ନାହିଁ। ଚଳିତ ମାସ ୯ ତାରିଖର ଘଟଣା। କାନାଡାର ଅଣ୍ଟାରିଓରେ ଜଣେ ମହିଳା ଉତ୍ତର ଗ୍ରେନଭିଲର ଜନଷ୍ଟନ ରୋଡର ଏକ ସ୍ଥାନକୁ ଯାଇଥିଲେ। ସେ କାର ଭିତରେ ଛାଡ଼ି ଯାଇଥିଲେ ନିଜ ପୋଷା କୁକର। ଏହାପରେ ସେ ଯାହା ଦେଖିଲେ, ତାହା ବିଶ୍ୱାସ କରିବା ସହଜ ନୁହେଁ। ତାଙ୍କ କୁକୁରକୁ ଜଣାଥିଲା ଗାଡ଼ି ଚଲାଇବା।

କୁକୁରଟି ପ୍ରଥମେ ଗିୟର ପରିବର୍ତ୍ତନ କରି କାରକୁ ରିଭର୍ସ ନେଇଥିଲା। କାରକୁ ରୋକିବାକୁ ବହୁ ଚେଷ୍ଟା କରିଥିଲେ ମାଲିକିଆଣି। ହେଲେ ବିଫଳ ହୋଇଥିଲା। ଶେଷରେ କାରଟି ଏକ ଖାଲରେ ପଡ଼ିବାରୁ ପଲଟି ଯାଇଥିଲା। ଏହି ଦୁର୍ଘଟଣାରେ ମାଲିକିଆଣି ସାମାନ୍ୟ ଆହତ ହୋଇଥିଲେ। ତାଙ୍କର କୌଣସି ମେଡିକାଲ ସହାୟତା ଦରକାର ହୋଇ ନ ଥିଲା ବୋଲି ଓପିପି ସର୍ଜେଣ୍ଟ ଆନି କଲିନ୍ସ କହିଛନ୍ତି। କାରକୁ ଚାଲୁଥିବା ଅବସ୍ଥାରେ ଛାଡ଼ିକି ଯିବା ପଶୁ ଓ ଛୋଟ ଛୁଆଙ୍କ ପାଇଁ ବିପଦଜ୍ଜନକ ହୋଇପାରେ। ଏହା ଦ୍ୱାରା ଚୋରି ହେବାର ମଧ୍ୟ ଅଧିକ ସମ୍ଭାବନା ରହିଥାଏ। କୁକୁର ଗାଡ଼ି ଚଲାଇବା ଏକ ଅଦ୍ଭୁଦ ଘଟଣା। କିନ୍ତୁ ଏହା ୨୦୨୦ କିଛି ବି ଘଟିପାରେ ବୋଲି କଲିନ୍ସ କହିଛନ୍ତି।

 

Share