ସବୁ ପ୍ରାଣୀଙ୍କର ନିଜସ୍ବ କିଛି ବିଶେଷତ୍ୱ ଥାଏ, ଯାହାକି ତାକୁ ଭିନ୍ନ ପରିଚୟ ଦେଇଥାଏ। କିନ୍ତୁ ବେଳେବେଳେ ଏମିତି ବି ହୁଏ ଯେବେ ଗୋଟିଏ ପ୍ରାଣୀର ବିଶେଷତ୍ୱ ଅନ୍ୟ ଏକ ପ୍ରାଣୀଠାରେ ଦେଖାଯାଇଥାଏ। ଫଳରେ ଲୋକେ ତାକୁ ଦେଖି ଦ୍ୱନ୍ଦ୍ୱରେ ପଡିଯାଆନ୍ତି। ସେମିତି ଏକ ଘଟଣା ଦେଖିବାକୁ ମିଳିଥିଲା ୨୦୧୬ରେ। ଲୁଇସା କ୍ରୁକ ନାମ୍ନୀ ଜଣେ ରେସ୍କ୍ୟୁୟର ଦୁର୍ଘଟଣାରେ ଗୁରୁତରଭାବେ ଆହତ ଅବସ୍ଥାରେ ପଡିଥିବା ଅଜବାଖ ପ୍ରଜାତିର ଏକ କୁକୁରକୁ ଉଦ୍ଧାର କରିଥିଲେ। ପରେ କୁକୁରଟିର ଗୋଟିଏ ହାତ ଓ ଗୋଡ କଟା ଯାଇଥିଲା। ଏହି ପ୍ରଜାତିର କୁକୁରଙ୍କ ବେକ ସାଧାରଣତଃ ଲମ୍ବା ହୋଇଥାଏ। କିନ୍ତୁ ଉଦ୍ଧାର ହୋଇଥିବା ସେହି କୁକୁରର ବେକ କିନ୍ତୁ ସାଧାରଣରୁ ଅଧିକ ଲମ୍ବା ଥିଲା। ତାସହ ତା’ର ବେକରେ ଜିରାଫ ଶରୀରରେ ଥିବା ଚିହ୍ନ ପରି ଚିହ୍ନ ଅଛି। ହେଲେ ଏହି ପ୍ରଜାତିର କୁକୁରଙ୍କ ଶରୀରରେ କିନ୍ତୁ ଏଭଳି ଚିହ୍ନ ନ ଥାଏ। ଫଳରେ ସେ ଲାଗେ ସବୁଠୁ ଖାସ୍। କେହି କେହି ତ ତାକୁ ଜିରାଫ କୁକୁର ବି କହୁଛନ୍ତି।