ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କୁକୁର ଫିଟ୍ ରହିବା ପାଇଁ ଜିମ୍ ଯାଇଥିବା ଦେଖିବାକୁ ମିଳିଛି। ସେଠାରେ ଏକ ଓ୍ବାକରରେ ସେ ଚାଲୁଥିବା ବେଳେ ମା’କୁ ଦେଖି ଛୁଆ ମଧ୍ୟ ତଳେ ଛିଡ଼ା ହୋଇ ଗୋଟେ ଗୋଡ ରଖି ସେହିପରି କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଏହି ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
Karmanye Vadhikaraste Ma Phaleshu Kada Chana☺️ pic.twitter.com/6CZghzK2Z8
— Susanta Nanda IFS (@susantananda3) April 16, 2021