କୁକୁର ଉଇକେଟ୍‌ କିପିଂ ସହ କରୁଛି ଫିଲ୍ଡିଂ: ସଚିନ ଦେଖି ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୧୧: ଭାରତର ପୂର୍ବତନ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସୋମବାର ସେ ଏକ ଭିଡିଓ ଶେୟାର କରିଛନ୍ତି ଯାହାକୁ ବହୁତ ପସନ୍ଦ କରାଯାଉଛି। ଭିଡିଓରେ ଗୋଟିଏ କୁକୁର ଉଇକେଟ କିପର ଦାୟିତ୍ୱ ନିର୍ବାହ କରୁଛି ଏବଂ ଫିଲ୍ଡିଂ ମଧ୍ୟ କରୁଛି। ଏହି ଭିଡିଓକୁ ଟୁଇଟରରେ ଏପର୍ଯ୍ୟନ୍ତ ୧.୬ ଲକ୍ଷରୁ ଅଧିକ ଥର ଦେଖାଯାଇଛି। ଏହି ଭିଡିଓ ପୋଷ୍ଟ କରି ସଚିନ ତେନ୍ଦୁଲକର କ୍ୟାପସନରେ ଲେଖିଛନ୍ତି, ଏହି ଭିଡିଓକୁ ଜଣେ ବନ୍ଧୁ ମୋ ପାଖକୁ ପଠାଇଛନ୍ତି। ଏହା ଦେଖି ମୁଁ ନିଶ୍ଚୟ କହିବି, ବଲ ଧରିବାର ତୀକ୍ଷ୍ଣ କୌଶଳ। ଆମେ କ୍ରିକେଟରେ ଉଇକେଟ କିପର, ଫିଲ୍ଡର ଏବଂ ଅଲରାଉଣ୍ଡରଙ୍କୁ ଦେଖିଛୁ, କିନ୍ତୁ ଆପଣ ଏହାର ନାମ କଣ ଦେବେ? ସେ ଏକ ହସିବା ଇମୋଜି ମଧ୍ୟ ଶେୟାର କରିଛନ୍ତି।
ଭିଡିଓରେ ଦେଖିବାକୁ ମିଳୁଛି ଯେ ୨ ପିଲା କ୍ରିକେଟ ଖେଳୁଛନ୍ତି। ସେ ଷ୍ଟମ୍ପଗୁଡ଼ିକୁ କାଠ ବାଡ଼ିରେ ସଜାଇଛନ୍ତି। ବଲ ଧରିବା ପାଇଁ କୁକୁର ଉଇକେଟ ପଛରେ ଛିଡା ହୋଇଛି। ସେ ପାଟିରେ ବଲ ମଧ୍ୟ ଧରୁଛି। ବଲ୍‌ ମାରିବା ମାତ୍ରେ କୁକୁର ଧରିବା ପାଇଁ ଦୌଡୁଛି। ଭିଡିଓଟି ଏପର୍ଯ୍ୟନ୍ତ ୧୯ ହଜାରରୁ ଅଧିକ ଲାଇକ ପାଇଛି ଏବଂ ୨୫୦୦ରୁ ଅଧିକ ଥର ରିଟୁଇଟ କରାଯାଇଛି ।
ଏହାପୂର୍ବରୁ ଏଭଳି ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଛି ଯେଉଁଥିରେ କୁକୁର କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ କ୍ରିକେଟ ରେ ତାଙ୍କ ନାମରେ ଅନେକ ରେକର୍ଡ ଥିବା ସଚିନ ମଧ୍ୟ ଜଣେ କୁକୁର ପ୍ରେମୀ ।ସଚିନ ୧୦୦ଟି ଆନ୍ତର୍ଜାତୀୟ ଶତକ ହାସଲ କରିଛନ୍ତି ଯାହା ଏକ ବିଶ୍ୱ ରେକର୍ଡ ଏବଂ ଏହାକୁ ଭାଙ୍ଗିବା ମଧ୍ୟ ଅସମ୍ଭବ।

Share